ବରଗଡ :-ପ୍ରଥମେ ଦିନ ୩ ଘଣ୍ଟା ସମୟରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପ୍ରଚାର ପ୍ରସାର କମିଟି ପକ୍ଷରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ର ଭବ୍ୟ ଆୟୋଜନ ହୋଇଥିଲା।ଶୋଭାଯାତ୍ରାକୁ ଜିଲ୍ଲାପାଳ ଅଦିତ୍ୟ ଗୋୟଲ୍ ଏବଂ ଜିଲ୍ଲା ଏସପି ପ୍ରହଲ୍ଲାଦ ମିନା ଶୁଭାରମ୍ଭ କରିଥିଲେ। ଗାନ୍ଧୀ ଛକ ରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସମଲେଶ୍ଵରୀ ମନ୍ଦିରକୁ ପହଞ୍ଚି ପୂଜାର୍ଚ୍ଚନା କରିବାପରେ ସେଠାରୁ ରାଜଦରବାରକୁ ଆସିଥିଲା। ଏଥିରେ ଜିଲ୍ଲା ସଦର ମହକୁମାର ସମସ୍ତ
ସଂଗଠନର ସଭ୍ୟ ସଭ୍ୟା ମାନେ ସାମିଲ ହୋଇଥିଲେ। ସଂସ୍କୃତିକ ଶୋଭାଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରୁ ୧୯ ଟି ଦଳ ଅଂଶ ଗ୍ରହଣ କରିଥିଲେ।ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ଆନୁଷ୍ଠାନିକ ଭାବରେ ଉଦଘାଟିତ ହେଇଛି। ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ମହୋତ୍ସବକୁ ଉଦଘାଟନ କରିଥିଲେ।
ମହୋତ୍ସବ ଉଦଘାଟନ ପରେ ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ମଥୁରା ଶାସନ ନିଜ ହାତକୁ ନେଇଛନ୍ତି ଏବଂ ମଥୁରା ନଗରୀରେ ଆରମ୍ଭ ହୋଇଛି କଂସଙ୍କ ରାଜୁତି। ଉଦଘାଟନୀ ସମାରୋହରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗଡତିଆ ରାଜ ଅତିଥିଭାବେ ଯୋଗ ଦେଇଥିଲେ।
ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଆଦିତ୍ୟ ଗୋୟଲ, କାର୍ଯ୍ୟକାରୀ ସଭାପତି ତଥା ଏସପି ପି. ଏସ ମୀନା, ସମ୍ପାଦକ ସୁରେଶ୍ବର ଶତପଥୀ, ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ରାଜ ଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ ଉଦଘାଟିତ
Prev Post