ବରିଷ୍ଠ ବିଜେପି ନେତା ଦୁର୍ଗାଚରଣ ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳ

0 128

ତିହିଡ଼ି,: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବରିଷ୍ଠ ବିଜେପି ନେତା ଦୁର୍ଗାଚରଣ ନାୟକଙ୍କୁ ଅଶ୍ରୃଳ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି । ଏକାଦଶାହ
କ୍ରିୟାରେ ବାସଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ଯୋଗଦେଇ ଦଳ ଜଣେ ଦକ୍ଷ ସଂଗଠକଙ୍କୁ ହରାଇଛି ବୋଲି କହିଥିଲେ । କବି ଯଦୁମଣି ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ଶିତାଂଶୁ ଶେଖର ମହାପାତ୍ର, ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ଉପସଭାପତି ଗୋଲକ
ମହାପାତ୍ର, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସରପଞ୍ଚ ପ୍ରଦୀପ ବଳ ଓ ଶୁଭ୍ରନାରାୟଣ ସେଠୀ, ବିଜେଡି ନେତା ସୁରେନ୍ଦ୍ର ନାୟକ, ମାନସ ନାୟକ, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ହେମନ୍ତ ପାଢୀ, ବିଜେପି ନେତା ଅଜୟ ନାୟକ, ଡାକ୍ତର ପ୍ରଦୀପ ନାୟକ, ଉଦୟ ନାରାୟଣ ମଲ୍ଲିକ, ସନାତନ ସାହୁ, ବୁଦ୍ଧଦେବ ଜେନା, ଦେବେନ୍ଦ୍ର ପୁହାଣ, ଶରତ ଦାସ, ସଂଗ୍ରାମ ମହାନ୍ତି, ମଧୁସ୍ମିତା ଖୁଣ୍ଟିଆ, ଶୁକଦେବ ମଳିକ, ଭରତ ସାହୁ, ଉମାକାନ୍ତ ଦାସ, ସରୋଜ ନାୟକ, ଧିରେନ୍ଦ୍ର ସାହୁ, ପ୍ରଦୀପ ଦାସ, ପୂର୍ବତନ ସରପଞ୍ଚ ଝରଣା ଜେନା ଓ ଅଲୀଳପ୍ରଭା ରାଉଳ, ରାଜକିଶୋର ନାୟକ, ଅଜୟ ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରୀ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା “ଦୁର୍ଗା ସ୍ତବକ” ପୁସ୍ତକ ଉନ୍ମୋଚିତ ହୋଇଥିଲା । ସୀତାକାନ୍ତ ନାୟକ, ରଘୁନାଥ ପାତ୍ର, ଦେବବ୍ରତ ପାଢୀ, କେଶବ ବେହେରା, ତପୁନୁ ପାଣି, ପ୍ରତାପ ଜେନା ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଦିବଗଂତଙ୍କ କନ୍ୟା ସ୍ୱର୍ଣ୍ଣକାନ୍ତି ନାୟକ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.