ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲାର ଆର.ଉଦୟଗିରି ବନାଞ୍ଚଳରେ ଗତ କିଛିଦିନ ହେଲାଣି ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି । ଖଜୁରୀପଦା ଠାରୁ ଆରା.ଉଦୟଗିରି ଏବଂ ଆରା.ଉଦୟଗିରି ଠାରୁ ଛେଳିଗଡ ମଧ୍ୟବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ ଲଗାଉଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ବଡଦେବ ପର୍ବତର ପାଦଦେଶର କିଛି ଅଞ୍ଚଳରେ ଏଭଳି ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଏନେଇ ବାରମ୍ବାର ବନ ବିଭାଗ ପକ୍ଷରୁ ସଚେତନା କରାଯାଉଛି । ବିଭିନ୍ନ ଗ୍ରାମରେ ବନ ସୁରକ୍ଷା କମିଟି ମଧ୍ୟ ଗଠନ ହୋଇଛି । ତେବେ ଏହି ସୁରକ୍ଷା କମିଟି ବନ ସୁରକ୍ଷା ପାଇଁ କାମ କରୁଛି ନା ନିଜେ ଜନସାଧାରଣ ଏହା ବିଷୟରେ ବୁଝୁଛନ୍ତି । ଦିନରେ ଜଙ୍ଗଲରେ ନିଆଁ ଲାଗିବା ଜଣା ପଡୁନଥିବା ବେଳେ ରାତିରେ ବନ ବନାଗ୍ନିର ପ୍ରକୋପ ଦେଖାଦେଉଛି । ସଚେତନାରେ ଏବଂ ବନାଗ୍ନି ଲିଭାଇବାରେ କେବଳ ଅର୍ଥ ଓ ସମୟର ଅପବ୍ୟୟ ହେବାରେ ଲାଗିଛି । ପ୍ରକୃତରେ ବନ ବିଭାଗ ତରଫରୁ ଜଙ୍ଗଲରେ ନିଆଁ ନ ଲଗେଇବା ପାଇଁ ସମଗ୍ର ଗଜପତି ଜିଲ୍ଲାରେ ବ୍ୟାପକ ଭାବେ ବିଭିନ୍ନ ସଚେତନ କାଯ୍ୟକ୍ରମ ଲଗାତାର ଭାବେ କରାଯାଇଛି । ହେଲେ ଏନେଇ ଜନ ସାଧାରଣ କାହିଁକି ସଚେତନ ହୋଇପାରୁନାହାନ୍ତି ଏବଂ ଜଙ୍ଗଲରେ ବାରମ୍ବାର ଏଭଳି ନିଆଁ କିପରି ଏବଂ କାହା ଦ୍ୱାରା ଲଗାଯାଉଛି ।