ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଦୁର୍ଘଟଣା ରେ ଦୁଇ ମୃତ..

0 100

ପାରାଦ୍ଵୀପ-ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଦୁର୍ଘଟଣା ଘଟି ଦୁଇ ଆଇପିଟି ( ଇଣ୍ଟଟ୍ରା ପୋର୍ଟ ଟ୍ରାନ୍ସପୋର୍ଟ ) ଡ୍ରାଇଭର ମୃତ । ମୃତକଙ୍କ ପରିଚୟ ହେଉଛି ଜଣକର ନାମ ରତ୍ନାକର ସ୍ଵାଇଁ ଓ ତାଙ୍କ ଘର ଅସ୍ତରଙ୍ଗ ଅଞ୍ଚଳର ଡେରୁନିଁଆ ଓ ଆଉ ଜଣକର ନାମ ଚନ୍ଦନ ଜେନା ଓ ତାଙ୍କ ଘର ସ୍ଥାନୀୟ ଷଣ୍ଢ କୁଦ ଅଞ୍ଚଳରେ । ତେବେ ଘଟଣାଟି ଜଣାପଡିଛି ଯେ ଗୋଟିଏ ଆଇପିଟି ଗାଡ଼ି ଖରାପ୍ ହେବାରୁ ତାର ଡ୍ରାଇଭର ଜଣକ ଆଉ ଜଣେ ତାର ସହଯୋଗୀ ଡ୍ରାଇଭର କୁ ଡ଼ାକି ଦୁଇଜଣ ଯାକ ସେହି ଗୋଟିଏ ଗାଡ଼ି ଭିତରେ ପଶି ମରାମତି କରୁଥିଲେ ଠିକ୍ ଏହି ସମୟରେ ଆଉ ଗୋଟିଏ ଆଇରନ୍ ଟ୍ରକ ଦୃତ ଗତିରେ ଆସି ଉକ୍ତ ବ୍ରେକ୍ ଡାଉନ୍ ହୋଇଥିବା ଆଇପିଟି ଡ୍ରମ୍ଫର କୁ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏପରି ଘଟିଥିଲା ଯେ ଡାଲା ବଡ଼ି ଗାଡ଼ି ଟି ପିଟିହେବା ପରେ ଉକ୍ତ ଆଇପିଟି ଡ୍ରମ୍ଫର୍ ର କେବିନ୍ ବଡିରୁ ବାହାରି ତଳେ ପଡ଼ିଥିଲା ଯେଉଁଥିରେ କି ମରାମତି କାର୍ଯ୍ୟ କରୁଥିବା ଉକ୍ତ ଦୁଇ ଡ୍ରାଇଭର ସେଥିରେ ଚାପି ହୋଇ ଯାଇଥିଲେ । ତେବେ ଖବର ପାଇ ଅନ୍ୟ ଡ୍ରାଇଭର ସହଯୋଗୀ ମାନେ ଆସି ଉକ୍ତ ଡ୍ରାଇଭର ଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଖବର ପ୍ରଚାରିତ ହେବାପରେ ଆପିଟି ଡ୍ରମ୍ଫର୍ ଡ୍ରାଇଭର ମାନଙ୍କ ମଧ୍ୟ ରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି ଯାହାକୁ ନେଇ ମଧ୍ୟ ରାତ୍ର ରୁ କାର୍ଯ୍ୟବନ୍ଦ ହୋଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଛି । ଯାହା ଫଳରେ ପାରାଦ୍ଵୀପ ବନ୍ଦର ର ସମସ୍ତ ଗେଟ୍ ସାମ୍ନାରେ ଶହ ଶହ ସଂଖ୍ୟାରେ ଆଇପିଟି ଡ଼୍ରାଇଭର ମାନେ କାର୍ଯ୍ଯବନ୍ଦ କରି ବସି ରହିଛନ୍ତି। ପାରାଦ୍ଵୀପ ବନ୍ଦର ମଧ୍ୟରେ ବିଭିନ୍ନ କାର୍ଯ୍ୟରତ ଶ୍ରମିକ ମାନେ ବନ୍ଦର ଭିତରକୁ ନ ଯାଇ ପାରି ଫେରି ଯାଉଥିବା ଦେଖିବାକୁ ମିଳୁଛି।

 

 

Leave A Reply

Your email address will not be published.