ରାୟଗଡା,: ବନାଞ୍ଚଳ ତରଫରୁ ବନାଞ୍ଚଳସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ମୋଟର ସାଇକେଲ ରୟଲି ଅନୁଷ୍ଠିତ
ହୋଇଥିଲା । ଏହି ମୋଟର ସାଇକେଲ ରାଲିକୁ ବନଖଣ୍ଡ ଅଧିକାରୀ ସଚିନ ଆନ୍ନାସାହେବ ଓହୋଲ ଓ ଉପ ବନ ସଂରକ୍ଷକ ସଂଦୀପ କୁମାର ପୃଷ୍ଟି ଓ ବନାଞ୍ଚଳ ଅଧିକାରୀ କମେଶ୍ୱର ଆଚାରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ମୋଟର ସାଇକେଲ ରୟଲି ଗୁମ୍ମା
ସେକ୍ସନର ଗୁମ୍ମା ଗ୍ରାମ ଠାରୁ ଆରମ୍ଭ ହୋଇ ରାୟଗଡା ସେକ୍ସନର ବୈରାଗିହାଲୁବା ଗ୍ରାମ ଦେଇ କୋମତାଳପେଟା ସେକ୍ସନର ମାଳୀଗାଁ ଠାରେ ଶେଷ ହୋଇଥିଲା । ଏଥିମଧ୍ୟରେ କୋଦୁପଡୁ, ହାଲୁବା, ସଂକେଶ, ଶିରିକୋଣୟ, ମାଲିପଡ଼ୟ, ତାଡମୟ, ଚିନ୍ତାଳୀଗୁଡା, ପିତମହାଲ, ହଁସା, ପାଣସୟହି, ଜିମିଡିପେଟା, ବୈରାଗୀ ହାଲୁବା, ପିପିଲିଗୁଡା, ମୀରାବାଲି, ପାଣିଛତ୍ର, ରୁପୁଣି, ଭୋଇମୋଡା, ରେଖାପଦର, କୈଳାଶପୁର, ଲିଂଗାଗୁଡା, ପଦା ଲେକାପାଇ, ଗୌଡ ଲେଲିବାଡି, କୋଲନର, ଅମଲାଭଟ୍ଟା, କଦଳୀଗୁଡା, ଗୌଡଗୁଡା, କନ୍ଧମାଳୀଗାଓଁ ଗ୍ରାମ ଗୁଡିକରେ ବନକର୍ମଚାରୀମାନେ ଜଙ୍ଗଲ ନିଆଁ ନିବାରଣ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ବାର୍ତ୍ତାରେ ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁକୁ କିପରି ନିୟନ୍ତ୍ରଣ ଓ ନିବାରଣ କରିବା ଓ ଜଙ୍ଗଲରେ କିପରି ନିଆଁ ନ ଲାଗିବ ସେ ଉପରେ ପ୍ରୟାସ ଓ ସେଥିରେ ବନ ବିଭାଗକୁ ସହଯୋଗ କରିବାକୁ ଲୋକମାନଙ୍କୁ ଅନୁରୋଧ କରାଯାଇଥିଲା । ଏହା ସହ ଜଙ୍ଗଲ ନିଆଁ ଦ୍ୱାରା ଜଙ୍ଗଲର କ୍ଷତି ଓ ତା ଦ୍ୱାରା ମାନବ ସମାଜ ଉପରେ କି କୁପ୍ରଭାବ ପଢେ ସେ ଉପରେ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇଥିଲା ଓ ଆଗାମୀ ଦିନମାନଙ୍କରେ ଜଙ୍ଗଲ ନିଆଁ କିପରି ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରିବ ସେ ବିଷୟରେ ଉପରୋକ୍ତ ଗ୍ରାମବାସୀଙ୍କୁ ମାର୍ଗଦର୍ଶନ କରାଯାଇଥିଲା । ଏହି ମୋଟର ସାଇକେଲ ରୟଲିରେ ୫ଜଣ ବନପାଳ, ୧୧ଜଣ ବନରକ୍ଷୀ, ୩୦ଜଣ ପାରା ବନ କର୍ମଚାରୀ ଭାଗ ନେଇଥିଲେ । ଏହି କାର୍ଯକ୍ରମଟି ରାୟଗଡା ବନପାଳ ଗୌରି ଶଙ୍କର ସାହୁ, ଗୁମ୍ମା ବନପାଳ ଡମ୍ବରୁଧର ନାୟକ ଓ କୋମତାଳପେଟ ବନପାଳ ପ୍ରଦ୍ୟୁମ୍ନ କୁମାର ବେହେରାଙ୍କ ଦ୍ୱାରା ସୁପରିଚାଳିତ ହୋଇଥିଲା ।