ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ କଲା ବଲାଙ୍ଗିର ସାଇବର ଥାନା ପୋଲିସ

0 77

ବଲାଙ୍ଗିର,: ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ସାଇବର ଥାନା ପୋଲିସ । ୫ ବେକାର ଯୁବକଙ୍କୁ ଜାତୀୟ ଗୁଇନ୍ଦା ବ୍ୟୁରୋ ତଥା ଏନ୍ଆଇବିରେ ·କିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ରବିବାର
ବଲାଙ୍ଗିର ସାଇବର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗିରଫ ଦୁଇ ଅଭିଯୁକ୍ତମାନେ ଢେଙ୍କାନାଳ ଜିଲ୍ଲାର ମାତୃ ପ୍ରସାଦ ସେଠୀ (୫୪) ଓ କୋଲକାତାର ଗୋପାଳ ସ (୩୫) ବୋଲି ଜଣାପଡ଼ିଛି । ଏହି ଘଟଣାକୁ ନେଇ ବଲାଙ୍ଗିର ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଅନୁଷ୍ଠିତ ସାମ୍ବାଦିକ ସମ୍ମଳିନୀରେ ଏସପି ରିଷିକେଶ ଖିଲାରୀଙ୍କ ସୂଚନା ଅନୁସାରେ, ବଲାଙ୍ଗିର ସହରରେ ତଥା ଗ୍ରାମଞ୍ଚଳର ଆର୍ଥିକ ଠକେଇ ବିଷୟରେ କମ୍ ଜ୍ଞାନ ଥିବା ବେକାର ଯୁବକ, ଦୋକାନ ମାଲିକମାନଙ୍କୁ ଟ୍ରଷ୍ଟ ଖୋଲିବାରେ, ସେଥିରେ ନିବେଶ କରି ବିଦେଶରୁ କୋଟି କୋଟି ଅନୁଦାନ ସହାୟତା ପାଇବା ପାଇଁ ଏବଂ ଜାତୀୟ ଗୁଇନ୍ଦା ବ୍ୟୁରୋ (ଏନ୍ଆଇବି)ରେ ·କିରୀ କରାଇ ମାସିକ ୪୪,୦୦୦/- ଟଙ୍କାରୁ ଅଧିକ ଦରମା ପାଇବା ପାଇଁ ସହରର
ଗୋକୁଲଧାମ, ଆର୍ଆର୍ କୋଲେନୀ, ଖଲିଆପାଲି ଠାରେ ଅଫିସ ଖୋଲି ପ୍ରବର୍ତ୍ତାଇବା ସହ ଲକ୍ଷାଧିକ ଟଙ୍କା ଠକୁଥିଲେ। ଏପରିକି ଘଟଣାର ମୁଖ୍ୟ ଅଭିଯୁକ୍ତ ନିଜକୁ ସିଆର୍ ନନ୍ଦ କହୁଥିବା ବେଳେ ସିଆର୍ ନନ୍ଦ ତାହଙ୍କ ଅର୍ଜିନାଲ ନାମ ନୁହେଁ ଓ ସେ ଢେଙ୍କାନାଲ ଜିଲ୍ଲାର ମାତୃ ପ୍ରସାଦ ସେଠୀ ବୋଲି ଏସପି କହିଛନ୍ତି । ଗିରଫ ଦୁଇ ଜଣ ଅନେକ ବେକାର ଯୁବକଙ୍କୁ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ବେଳେ ଗିରଫ ପରେ ଏମାନଙ୍କ ଠୁ ନଗଦ ୨୦୭୦୦୦ ଟଙ୍କା, ୨୫ଟି କମ୍ପ୍ୟୁଟର ସେଟ୍, ୧୨ଟି ମୋବାଇଲ ଫୋନ୍, ୮ଟି ସିମ୍ କାର୍ଡ, ବ୍ୟାଙ୍କ ପାସବୁକ୍, ଏଟିଏମ୍, ୪ଟି ରେଣ୍ଟାଲ କାର୍ ସହ ଗୁଡ଼ାଏ ଇଲେକ୍ଟ୍ରୀ ଜିନିଷ ମଧ୍ୟ ପୋଲିସ ଜବତ କରିବାରେ ସଫଳ ହେବା ସହ ଗିରଫ ଅଭିଯୁକ୍ତମାନଙ୍କ ଆକାଉଣ୍ଟରେ ଥିବା
ପଇସାକୁ ଫ୍ରିଜ୍ କରିଛି । ଏହି ଘଟଣାରେ ଆଉ କିଏ କିଏ ଜଡ଼ିତ ଅଛନ୍ତି, ଘଟଣାର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ସେନେଇ ଖୋଲତାଡ଼ ଆରମ୍ଭ କରିଛି ବଲାଙ୍ଗିର ସାଇବର ଥାନା ପୋଲିସ ବୋଲି ଏସପି ରିଷିକଶେ ଖିଲାରୀ ସୂଚନା ନେଦଇଛନ୍ତି ।

Leave A Reply

Your email address will not be published.