ବଡନୀ ଗ୍ରାମର ମଣ୍ଡେଇରେ ଚାଲିଲା ଖୁଲମଖୁଲା ଖୁଡଖୁଡ଼ି ଜୁଆଖେଳ : ପ୍ରଶାସନ ନିରବ

0 84

ରାଇଘର,: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ବଡନି ଗ୍ରାମରେ ଆଦିବାସୀ ମଣ୍ଡେଇ ·ଲିଥିଲା । ଏହି ଅବସରରେ ବଜାର ବସିଥିବା ବେଳେ ରାତ୍ରୀରେ ଲୋକମାନଙ୍କ ମନୋରଞ୍ଜନ ସକାଶେ ଦୁଇଟି ଆଦିବାସୀ ନାଟକ କରାଯାଇଥିଲା । ଝରୀଗାଁ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ବର୍ତ୍ତମାନ ·ଷୀ ନିଜ ·ଷ ଅମଳ କରି ରୋଜଗାର କରିଥାନ୍ତି । କିନ୍ତୁ ଏହି ସମୟରେ ଖୁଡୁଖୁଡି ମାଫିଆମାନେ ସକ୍ରିୟ ହୋଇ ନିରୀହ ଗରିବ ଆଦିବାସୀ ·ଷୀମାନଙ୍କୁ ନାଟ ବଜାର ଯାତ୍ରା ମଣ୍ଡେଇମାନଙ୍କରେ ଲୁଟିବା ପାଇଁ ଏହି ଖୁଡଖୁଡି ଖେଳ ଆରମ୍ଭ କରନ୍ତି । ବଡ଼ନି ଗ୍ରାମରେ ମଣ୍ଡେଇ ବଜାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ·ଲିଥିବା ବେଳେ ଉପସ୍ଥିତି ଥିଲେ ଝରିଗାଁ ବିଧାୟକ, ଅନ୍ୟ ପଟେ ପୋଲିସର ଉପସ୍ଥିତିରେ ଖୁଲମଖୁଲା ·ଲିଥିଲା ୧୫ ଗୋଟି ଖୁଡଖୁଡି ଜୁଆ ଖେଳ । ଏ ବିଷୟରେ ଝରିଗାଁ ଥାନାକୁ ଓ ନବରଙ୍ଗପୁର ଏସପିଙ୍କ ଅଫିସକୁ ବି ଫୋନ ମାଧ୍ୟମରେ ଯୋଗାଯୋଗ କରା ଯାଇଥିଲା କିନ୍ତୁ ଦୁଃଖର ବିଷୟ ଏହି ଜୁଆ ଖେଳ ରାତ୍ର ୧୦ ଘଣ୍ଟାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ·ଲିଥିଲା । ଏହି ଖୁଡ ଖୁଡି ଜୁଆ ବନ୍ଦ କରିପାରିଲାନି ସ୍ଥାନୀୟ ପ୍ରଶାସନ । ଯେଉଁ ସ୍ଥାନରେ ଖୁଡଖୁଡି ଜୁଆ ଖେଳ ·ଲିଥିଲା ସେହି ସ୍ଥାନରୁ ମାତ୍ର ୫୦ ମିଟର ଦୂରରେ ଗୋଟିଏ ଆଦିବାସୀ ଛାତ୍ରଙ୍କ ସ୍କୁଲ ଓ ହଷ୍ଟେଲ ରହିଛି । ଛୋଟ ଛୋଟ କୋମଳମତି ଛାତ୍ରଙ୍କ ଭବିଷ୍ୟତ ଉପରେ ଏହାର କିଭଳି ପ୍ରଭାବ ପଡୁଥିବା ଆପଣ ମାନେ ଜାଣି ପାରୁଥିବେ । ଖାଲି ବଡ଼ନି ଗ୍ରାମରେ ହିଁ ନୁହଁ ଝରିଗାଁ ବ୍ଲକର ଗାଁ ଗହଳିରେ ଖୁଡ ଖୁଡି ଜୁଆ ଭଳି ନିନ୍ଦନୀୟ ପ୍ରଥା ·ଲି ଆସୁଛି । ସ୍ଥାନୀୟ ପୋଲିସ ପ୍ରଶାସନ ସବୁ ଜାଣି ମଧ୍ୟ ନୀରବ ଦ୍ରଷ୍ଟା ସାଜିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏସବୁ ଅସାମାଜିକ କାର୍ଯ୍ୟକୁ ବନ୍ଦ କଲେ ନିରୀହ ଆଦିବାସୀ
ମାନଙ୍କ ଧନ ଜୀବନ ସୁରକ୍ଷିତ ରହିବ ।

Leave A Reply

Your email address will not be published.