ଖଡ଼ିଆଳ :(25.12.24): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧୀନସ୍ଥ ଜୁନାପାଣି ଅଞ୍ଚଳରେ ଗତ ସୋମବାର ଦିନ ସନ୍ଧ୍ୟା ସମୟରେ ବଜ୍ରକାପ୍ତା କାତି ବିକ୍ରି ଡ଼ିଲ କରୁଥିବା ବେଳେ ଖଡ଼ିଆଳ ବନ ବିଭାଗ ଚଢ଼ାଉ କରି ତିନି ଜଣ ଅଭିଯୁକ୍ତ ଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରିବା ସହ ବୁଧବାର ଦିନ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି l

ଗିରଫ ଅଭିଯୁକ୍ତ ମାନେ ହେଲେ ସିନାପାଲି ଥାନା ଅନ୍ତର୍ଗତ ସାଗୁନଭାଡ଼ି ଗାଁର ମାର୍କଣ୍ଡ ବାଗ (68), ଖଡ଼ିଆଳ ଥାନା ଅନ୍ତର୍ଗତ ସମସେରପଦର ଗାଁର ଲାଲମୋହନ ତାଣ୍ଡି (59) ଓ ମହୁଲକୋଟ ଗାଁର ବଳରାମ ଭୋଇ (56) ବୋଲି ସୂଚନା ମିଳିଛି l ଏନେଇ ଖଡ଼ିଆଳ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ କେଶ ନମ୍ବର 312/2024 ଦଫା 9,39,44,48(A), 49(B), 51 ରେ କେଶ ରୁଜୁ ହୋଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତ ମାନଙ୍କ ଠାରୁ 1.800 କିଲୋଗ୍ରାମ ବଜ୍ରକାପ୍ତା କାତି (350 ଖଣ୍ଡ ) ଜବତ କରାଯାଇଥିବା ବେଳେ ସେମାନଙ୍କ ଠାରୁ ତିନି ଗୋଟି ମୋବାଇଲ ସହ ଏକ ସ୍କୁଟି ଗାଡ଼ି (OD03E7105) ଜବତ କରାଯାଇ ଥିବା ସୂଚନା ମିଳିଛି l ବୁଧବାର ଦିନ ଦଶଟା ସମୟରେ ଅଭିଯୁକ୍ତ ମାନଙ୍କୁ ନେଇ ଘଟଣା ସ୍ଥଳରେ କ୍ରାଇମ ରିକ୍ରିଶନ ମଧ୍ୟ କରାଯାଇ ଥିବା ସୂଚନା ମିଳିଛି l ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାଁ ଙ୍କ ନିର୍ଦ୍ଧେଶ କ୍ରମେ ଏହି ଚଢ଼ାଉ ଏସିଏଫ ମହମ୍ମଦ ମୁସ୍ଥାପା ସହେଲା, ଫରେଷ୍ଟର ସୁଦାମ ବାଗ, ଖଗେଶ୍ୱର ମାଝୀ, ପ୍ରେମ ତାଣ୍ଡି, ଶିବରାମ ପଟେଲ, ନରେଶ ଦଣ୍ଡସେନା, ଧନଞ୍ଜୟ ନିଆଲ ପ୍ରମୁଖ ସାମିଲ ହୋଇଥିଲେ l