ଖୋର୍ଦ୍ଧା,: ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ୬୬ତମ ସାମ୍ବତ୍ସରିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ବିନୋଦିନୀ ମିଶ୍ର ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ପୂର୍ବତନ ଓଡିଶା
ମୁଖ୍ୟଶାସନ ସଚିବ ଗୋକୁଳ, ଚନ୍ଦ୍ରପତି, ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ, ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ କେନ୍ଦ୍ର ମହାନିଦେ୍ର୍ଦଶକ ଡ଼ଃ ମୃତ୍ୟଞ୍ଜୟ ମହାପାତ୍ରଙ୍କୁ ପ୍ରାଣନାଥ ସମ୍ମାନ ଏବଂ ବିଶିଷ୍ଟ କବି ସମାଲୋଚକ ଡ଼ଃ ଶତ୍ରୁଘ୍ନ ପାଣ୍ଡବଙ୍କୁ ମଞ୍ଜରୀ ଦେବୀ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ମୁଖ୍ୟଅତିଥି ବାଚସ୍ପତି ଶ୍ରୀମତୀ ପାଢ଼ୀ, ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢ, ମହାବିଦ୍ୟାଳୟର ଗୌରବ ଅକ୍ଷୁର୍ଣ୍ଣ ରଖ । ସ୍ୱପ୍ନ ଦେଖ ସାକାର ହେବା ପର୍ଯ୍ୟନ୍ତ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ମିଶ୍ର ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିଥିବା ବେଳେ mପ୍ରଫେସର ଶୁଭେନ୍ଦୁ ମହାନ୍ତି କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ମୁଖପତ୍ର ପ୍ରତୀକ ଏବଂ କଲେଜ ବୁଲେଟିନ ଦି ଫ୍ରଣ୍ଟ ଫୁଟକୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ । ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା, ଅନ୍ୟ ଅବସରପ୍ରାପ୍ତ ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମ·ରୀ ଏବଂ ଚଳିତ ବର୍ଷ ଶ୍ରେଷ୍ଠ
ଛାତ୍ରୀଛାତ୍ର ଓ ବିଭାଗୀୟ ଟପ୍ପରଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ନାତକ ଇଲେକ୍ଟ୍ରୋନିକ୍ସ ବିଭାଗର ଶେଷ ବର୍ଷ ଛାତ୍ର ସୋମନାଥ ପରିଡାଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଡ଼ଃ ପ୍ରଣବ କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।