ସମ୍ବଲପୁର,: ପ୍ରଫେସର ବୁଲୁ ମହାରଣାଙ୍କ ଘରେ ଆଜି ପୁଣି ସିବିଆଇ ପକ୍ଷରୁ ରେଡ ହୋଇଛି । ନାକ୍ ଗ୍ରେଡ ବଢ଼ାଇବା ପାଇଁ ଲାଞ୍ଚ ନେବା ମାମଲାରେ ସିବିଆଇର ୨ଜଣିଆ ଟିମ୍ ବୁର୍ଲା ପାହିଁଞ୍ଚି ଥିଲେ । ସେମାନେ ପ୍ରଫେସରଙ୍କ ସାନ ଭାଇ ବିମାଲଙ୍କ ଉପସ୍ଥିତିରେ ସିଲ୍ ହୋଇଥିବା
ଘରର ତାଲା ଖୋଲିଥିଲେ । ଏହାପରେ ସେମାନେ ଘରେ ଥିବା ୩ଟି ଆଲମିରା ଖୋଲି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ନେଇଥିଲେ । ପରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଭେଟି ଏ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ବହୁ ଶିକ୍ଷାନୁଷ୍ଠାନର ନାକ୍ ରେଟିଂ ବଢ଼ାଇବା ପାଇଁ ଲାଞ୍ଚ କାରବାର ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ଖୋଳତାଡ଼ କରୁଛି । ଏ ଭଳି ୨୦ଟି ସ୍ଥାନରେ ସିବିଆଇ ଚଢ଼ଉ କରିଛି । ଚେନ୍ନାଇ, ବାଙ୍ଗାଲୋର, ବିଜୟୱାଡା, ସମ୍ବଲପୁର, ପାଲମୁ, ଭୋପାଳ, ଦିଲ୍ଲୀ ଆଦି ଅଞ୍ଚଳରେ ଚଢାଉ କରି ୩୭ଲକ୍ଷ ଟଙ୍କା, ୬ଟି ଲାପଟପ୍, ଆଇ-ଫୋନ ଜବତ କରିଛି । ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରାଯାଇଛି ।
ପ୍ରଫେସର ବୁଲୁ ମହାରଣାଙ୍କ ଘରେ ପୁଣି ସିବିଆଇ ପକ୍ଷରୁ ରେଡ
Professor Bulu Maharana's house And Red from the CBI
Next Post