ବ୍ରହ୍ମପୁର,: ବ୍ରହ୍ମପୁରରେ ଗୁରୁବାର ଧେଣ୍ଡୁରା ବାଜିଲା ମାଁଙ୍କ ଆଗମନ ପାଇଁ ଗୁରୁବାର ଆସିବେ ମାଆ ସାଆନ୍ତାଣି । ଆରମ୍ଭ ହେଲା ପରମ୍ପରା, ଧେଣ୍ଡୁରା ବଜାଇ ସହରବାସୀଙ୍କୁ ଦେଲେ ଡାକରା ମାଁଙ୍କ ନିମନ୍ତ୍ରଣରେ ସାମିଲ ହେବାକୁ । ମାଁଙ୍କ ଅସ୍ଥାୟୀ ମନ୍ଦିର ପାଇଁ ରାଜମହେନ୍ଦ୍ରିରୁ ଆସିଛି ଫୁଲ । ବାପା ଦେଶିବେହେରା ଓ ସହରବାସୀଙ୍କ ଖୁସି କହିଲେ ନସରେ । ବାପା ଘରକୁ ଆଜି ଆସିବେ ଝିଅ । ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ପାରମ୍ପରିକ ଦ୍ୱିବାର୍ଷିକ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ଧେଣ୍ଡୁରା ବଜାଇ ଗୁରୁବାର ରାତ୍ରୀରେ ମାଁଙ୍କୁ ଡାକରା ପାଇ ସହରବାସୀଙ୍କୁ ଦେଲେ ନିମନ୍ତ୍ରଣ । ପରମ୍ପରା ଅନୁସାରେ ରାଜମହେନ୍ଦ୍ରରୁ ଫୁଲ ଆସିଛି ଅସ୍ଥାୟୀ ମନ୍ଦିର ସଜେଇ ହେବ । ଏପ୍ରେଲ ୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଯାତ୍ରା । ଶ୍ରଦ୍ଧାଳୁଙ୍କୁ ମାଆ ଦେବେ ଦର୍ଶନ । ବାପା ଦେଶିବେହେରାଙ୍କ ଘର ନିକଟରେ ପ୍ରସ୍ତୁତ ହୋଇଛି ଅସ୍ଥାୟୀ ମଣ୍ଡପ । ଏଥିପାଇଁ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଥିବା ବେଳେ ପୋଲିସ ଓ ପ୍ରଶାସନ ମଧ୍ୟ ନିଜସ୍ତରରେ ପ୍ରସ୍ତୁତି ଶେଷ କରିଛନ୍ତି । ରାତିରେ ମା\’ଙ୍କ ଘଟ ପରିକ୍ରମା ବେଳେ ହଜାର ହଜାର ଲୋକଙ୍କ ଭିଡ ଜମିବାକୁ ନିଯନ୍ତ୍ରଣ ଓ ଟ୍ରାଫିକରୁ ଭିଡ ପରିଚାଳନା ପୋଲିସ ପାଇଁ ଚାଲେଞ୍ଜ ସଦୃଶ୍ୟ ହୋଇଛି । ବଡ଼ବଜାର ଅଞ୍ଚଳର ଦେଶୀବେହେରା ସାହି ଓ ଆଖାପାଖ ଇଲାକା ବ୍ୟବସ୍ଥାୟିକ ପେଣ୍ଠ ସ୍ଥଳୀ ହୋଇଥିବାରୁ ସେହି ଅଞ୍ଚଳରେ ଟ୍ରାଫିକ କାମ୍ ଜଟିଳ ସମସ୍ୟା ସୃଷ୍ଟି କରିପାରେ । ତେବେ ସମସ୍ୟାକୁ ମୁକାବିଲା କରିବା ଓ ଯାତ୍ରା ସମୟରେ ଚୋରି, ରାହାଜାନି ଓ ଛିନତାଇ ସହ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ପୋଲିସ ପକ୍ଷରୁ ରୋଡମ୍ୟାପ ପ୍ରସ୍ତୁତି ହୋଇଛି । ଯାତ୍ରା ଆରମ୍ଭ ହେବା ପୂର୍ବରୁ ବ୍ରହ୍ମପୁର ଏସପିଙ୍କ ତତ୍ତ୍ୱାବଧାନରେ ବଡବଜାର ଥାନାରେ ବିଭିନ୍ନ ଷ୍ଟେକ ହୋଲଡରଙ୍କୁ
ନେଇ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାତ୍ରାର ପ୍ରମୁଖ କର୍ତ୍ତା ଦେଶୀବେହେରା ସମେତ ବଜାର କମିଟି, ସାହିବାସିନ୍ଦା, ବିଭିନ୍ନ ସଂଘର ସଦସ୍ୟ, ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଯାତ୍ରା ସମୟରେ ଏହାର ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା ହୋଇଛି । ଯାତ୍ରା ସମୟରେ ବଡବଜାର ଅଞ୍ଚଳରେ ୬ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୩୫ଜଣ ପୋଲିସ ଅଧିକାରୀ ନିଯୋଜିତ ହୋଇଛନ୍ତି ବୋଲି ବ୍ରହ୍ମପୁର ଏସପି ଡା.ସର୍ବଣା ସୂଚନା ଦେଇଛନ୍ତି । ଯାତ୍ରା ସ୍ଥଳରେ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ସେଠାରେ । ପୋଲିସ ଅଧିକାରୀଙ୍କୁ ନିୟୋଜିତ ହୋଇଛନ୍ତି ବୋଲି ସେ କହିଛନ୍ତି । ତେବେ ଏପ୍ରିଲ ୩ ତାରିଖରୁ ୨୮ ତାରିଖ ଯାଏଁ ଯାତ୍ରା ସମୟରେ ଦେଶୀବେହେରା ସାହି ତଥା ବଡବଜାର ଗାଡିମଟର ପ୍ରବେଶ ଅଞ୍ଚଳକୁ ବ୍ୟବସାୟିକ ସ୍ଥାନ ଉପରେ କଟକଣା ଲଗାଯାଇଛି । ରାତି ୧୨ଟାରୁ ଭୋର ୪ଟା ମଧ୍ୟରେ ମାଲ ପରିବହନ କରୁଥିବା ଗାଡିମଟର ନେବା ଆଣିବା କରିବାକୁ ସେହି ଅଞ୍ଚଳର ବ୍ୟବସାୟୀଙ୍କୁ ପୋଲିସ ଅଞ୍ଚଳର ବ୍ୟବସାୟୀଙ୍କୁ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି ଲୋକମାନେ ନିଜ ନିଜ ଗାଡିକୁ ନିଜ ଘର ସମ୍ମୁଖରେ ନରଖିବା ପାଇଁ କୁହାଯାଇଛି । ଏପଟେ ଯାତ୍ରା ସମୟରେ ଲୁଟ ସହ ଚୋରି ହେବାର ସୁନା ଚେନ ସମ୍ଭାବନା ରହିଥିବାରୁ ପୋଲିସ ସେ ଦିଗରେ ସଜାଗ ରହିଥିବା ଜଣାପଡିଛି ।