ପୁସ୍ତକ ଉନ୍ମୋଚନ ପାଠ, ଧର୍ମଗଡ଼

0 78
ଧର୍ମଗଡ଼,: ନାରୀ ମନସ୍ତତ୍ତ୍ୱର ସଫଳ ଚିତ୍ରଣ ଗଳ୍ପ ଗୁଡ଼ିକୁ କରିଛି ପ୍ରାଣବନ୍ତ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ ଙ୍କ ଗଳ୍ପ ସଂକଳନ”ଫୁଲ ପାଖୁଡ଼ା ରେ ଶୀତ” ଉନ୍ମୋଚିତ।  ମନସ୍ତତ୍ତ୍ୱର ସଫଳ ଚିତ୍ରଣ ଗଳ୍ପ ଗୁଡ଼ିକୁ କରିଛି ପ୍ରାଣବନ୍ତ । ସାମ୍ପ୍ରତିକ ସମୟ ର ଘଟଣା ସମୂହ କୁ ଅତି ଉଚ୍ଚକୋଟୀର ଭାବେ ନିଜର ଚରିତ୍ର ମାନଙ୍କ ସହାୟତା ରେ ଉପସ୍ଥାପନା କରିବାରେ ସଫଳ ହେଇଛନ୍ତି ଗାଳ୍ପିକା । ଓଡ଼ିଆ ସାହିତ୍ୟ ରେ ଗଳ୍ପ ଲେଖା କମି ଆସୁଥିବା ବେଳେ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହଙ୍କ ଗଳ୍ପ ସଂକଳନ ଟି ପ୍ରକାଶିତ ହେବା ଏକ ଶୁଭ ସୂଚନା ବୋଲି ଉନ୍ମୋଚନ ଉତ୍ସବ ରେ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ ଙ୍କ ଗଳ୍ପ ସଂକଳନ”ଫୁଲ ପାଖୁଡ଼ା ରେ ଶୀତ”  ୟୁଥ୍ ହଷ୍ଟେଲ ସଭାଗୃହରେ ପ୍ରିୟପତ୍ର ପକ୍ଷରୁ  ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଡକ୍ଟର ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ, ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଦୟାନିଧି ତ୍ରିପାଠୀ , ପୈ। ର୍ଣ୍ଣମାସୀ ଦେବୀ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରି ଗାଳ୍ପିକା ରଶ୍ମି ରଞ୍ଜିତା ସିଂହଙ୍କ ଲେଖନୀକୁ ପ୍ରଶଂସା କରିଥିଲେ। ଗଳ୍ପ ସଂକଳନ ଟି ଉନ୍ମୋଚନ ସହିତ ଉକ୍ତ ସଂକଳନ ର ନଅ ଗୋଟି ଗଳ୍ପ ମଧ୍ୟ ରୁ ତିନୋଟି ଗଳ୍ପ ପଠନ କରାଯାଇଥିଲା । ଏହା ପରେ ପୁସ୍ତକ ର ସମୀକ୍ଷା କରିଥିଲେ ମଞ୍ଚାଷିନ ଅତିଥିବୃନ୍ଦ ।
ଏହି ଅବସରରେ ଆୟୋଜିତ କବିତା ଆସରକୁ ସଂଯୋଜନା କରିଥିଲେ ପ୍ରବାସିନୀ ମିଶ୍ର ଏବଂ ଆରତୀ ଜେ ଦାସ । ମହେନ୍ଦ୍ର ଦାଶ, କଳ୍ପନା ମିଶ୍ର, ସତ୍ୟଭାମା ନାୟକ, ସନ୍ନ୍ୟାସୀ ନାୟକ, ଯୋଗେଶ୍ଵର ନାୟକ, ସଦାଶିବ ମିଶ୍ର, ଶୁଭଶ୍ରୀ ସିଂହ, ପ୍ରତିଭା ଦାଶ, ଚନ୍ଦ୍ରଶେଖର ମହାରାଣା, ବିଚିତ୍ରାନନ୍ଦ ମହାପାତ୍ର, ବିଜୟ କୁମାର ପଣ୍ଡା, ମହାମାୟା ତେଜାନୀ, ସରୋଜିନୀ ସାହୁ ପ୍ରମୁଖ କବିତା ପାଠ କରିଥିଲେ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର।
Leave A Reply

Your email address will not be published.