ପିଣ୍ଡି କାର୍ଯ୍ୟ ଶେଷ, ମା’ଙ୍କ ଯାତ୍ରା ଆରମ୍ଭ

0 103

ବ୍ରହ୍ମପୁର, : ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ମାତ୍ର ଗୋଟିଏ ଦିନ ଥିବା ବେଳେ ବାପଘରେ ରହିବା ପାଇଁ ଅସ୍ଥାୟୀମଣ୍ଡପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦେଶୀବେହେରା ସାହି ଉତ୍ସବମୁଖର ହୋଇଥିବା ବେଳେ ମା’ଙ୍କ ଆସ୍ଥାନ ପିଣ୍ଡି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଭୂମି ଠାରୁ ଅସ୍ଥାୟୀ ମଣ୍ଡପ ଦେଡ଼ଫୁଟ ଉଚ୍ଚରେ ସିମେଣ୍ଟ ଚଟାଣ କରାଯାଇ ୩ଫୁଟ ଚଉଡ଼ା ଓ ୧୫ଫୁଟ ଲମ୍ବରେ ମା’ଙ୍କ ଘଟସ୍ଥାପନ ପାଇଁ ପିଣ୍ଡି ନିର୍ମାଣ କରି ସେଥିରେ ମାର୍ବଲ କାର୍ଯ୍ୟ ଆରମ୍ଭ ହୋଇଛି । ଅସ୍ଥାୟୀ ମଣ୍ଡପକୁ ଛଣ ଦ୍ୱାରା ଛପର କାର୍ଯ୍ୟ ମଧ୍ୟ ଇତି ମଧ୍ୟରେ ଶେଷ ହୋଇଥିବା ନେଇ ଯାତ୍ରା ପରି·ଳକ ପି.ଦୁର୍ଗାପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି । ମା’ଙ୍କ ଆଗମନକୁ ମାତ୍ର ଗୋଟିଏ ଦିନ ଥିବା ବେଳେ ଯାତ୍ରା ପୁରୋଧାଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କାର୍ଯ୍ୟ ଆରମ୍ଭକରାଯାଇଛି । ଯାତ୍ରା ଆରମ୍ଭ ବେଳେ ପ୍ରଥମେ ଆୟୋଜକଙ୍କ ପକ୍ଷରୁ ମା’ଙ୍କ ପ୍ରଥମ ସେବକ ମହୁରୀରାଜାଙ୍କୁ ନିମନ୍ତ୍ରଣ କରିବା ପରେ ଜଉରାସାହି ସ୍ଥିତ ମା’ଙ୍କ
ମାଉସୀମା’ଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥାଏ । ମା’ଙ୍କ ଯାତ୍ରା ସହିତ ଜଡ଼ିତ ଓ ଦେଶୀବେହେରାଙ୍କୁ ସହଯୋଗ କରିଆସୁଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ନିମନ୍ତ୍ରଣ କରିବାର ବ୍ୟବସ୍ଥା ରହିଛି । ଶୁଭଖୁଣ୍ଟି ସ୍ଥାପନ ହେବା ପରେ ପାରମ୍ପରିକ
ଶୁଭଖୁଣ୍ଟିଧାରଣ କରିଆସୁଥିବା ପୃଷ୍ଟିବଂଶଧରମାନେ ମା’ଙ୍କ ଆଗମନ ନେଇ ନିମନ୍ତ୍ରଣକାରୀ ଭାବେ କାର୍ଯ୍ୟ କରନ୍ତି ।
ଦେଶୀବେହେରାଙ୍କ ପକ୍ଷରୁ ନିମନ୍ତ୍ରଣ ପାଇଁ ଏକ ମାଟି ସରାରେ ଝୁଣା ଓ ମହମ ଭର୍ତ୍ତି କରି ପୃଷ୍ଟିବଂଶଧରଙ୍କୁ ପ୍ରଦାନ କରି ନିମନ୍ତ୍ରଣ ପାଇଁ ଅନୁମତି ଦେଇଥାନ୍ତି । ସାଧାରଣତଃ ଶୁଭକାର୍ଯ୍ୟରେ ଯେପରି ନିମନ୍ତ୍ରଣ ବେଳେ ଗୁଆ ଦିଆଯାଏ ସେହିପରି ମା’ଙ୍କ ଯାତ୍ରାରେ ଝୁଣା ଓ ମହମ ଦେଇ ନିମନ୍ତ୍ରଣ କରାଯାଏ । ଯାତ୍ରା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ
ନିମନ୍ତ୍ରଣ କରାଯାଇଥାଏ । ବାଦ୍ୟକାର, ମହୁରୀବାଦକ, ମା’ଙ୍କ ଆଜ୍ଞାମାଳ ପାଇଁ ବ୍ୟବହୃତ ଇଟମଳା ମାଳ ପ୍ରସ୍ତୁତକାରୀ, ମା’ଙ୍କ ଘଟ ନିର୍ମାଣକାରୀ, ମା’ଙ୍କ ·ଙ୍ଗୁଡ଼ି ନିର୍ମାଣକାରୀଙ୍କ ସମେତ ପୂର୍ବରୁ ଚଳିଆସୁଥିବା ଜନପ୍ରତିନିଧିଙ୍କୁ ମଧ୍ୟ ପୃଷ୍ଟିବଂଶଧରମାନେ ନିମନ୍ତ୍ରଣ କରିଥାନ୍ତି ।

Leave A Reply

Your email address will not be published.