ପାରାଦୀପ, :- ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ପାରାଦ୍ବୀପ ସତନ୍ତ୍ର ପ୍ରଦକ୍ଷଣ ଗୃହରେ ଅନୁଷ୍ଠିତ ହୋଇଯାଇଛି।ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଅତିରିକ୍ତ ପୋଲିସ ଅଧିକ୍ଷକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ତଥା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ଆଜି ପାରାଦ୍ୱୀପର ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ଅନୁଷ୍ଠିତ ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ଯୋଗ ଦେଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ।ବିଧାନସଭା କ୍ଷେତ୍ରରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିବା ସହ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେବାସହ ବୈଠକରେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଗାମୀ ଦିନରେ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟଗୁଡିକ ସମ୍ପର୍କରେ ମଧ୍ଯ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡିଶା’ ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟ ନେଇ ଆମ ସରକାର ରାଜ୍ୟରେ ଯେତେବେଳେ କାର୍ଯ୍ୟାରମ୍ଭ କରିଦେଇଛନ୍ତି, ସେହି ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ଆମକୁ ପାରାଦ୍ୱୀପ ବିଧାନସଭା କ୍ଷେତ୍ରର ଯୋଗଦାନକୁ ସୁନିଶ୍ଚିତ କରିବାକୁ ହେବ l ଏଥିପାଇଁ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସୁସମନ୍ୱୟ ରକ୍ଷା କରି ‘ବିକଶିତ ପାରାଦ୍ୱୀପ’ ଗଠନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ପାରାଦ୍ଵୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ଵାଇଁ।