ତିହିଡ଼ି,: ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଞ୍ôଚ ନାରାୟଣ ମାଧବ ଅର୍ଜୁନ କଲେଜର ବାର୍ଷିକ ଉତ୍ସବ ଛାତ୍ରସଂସଦ, ନାଟ୍ୟ ସଂସଦ ଓ +୨ ସାଂସ୍କୃତି ସଂସଦ ମିଳିତ ଆୟୋଜନରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେଜର ଅଧ୍ୟକ୍ଷ ଅମୂଲ୍ୟ ପରିଡ଼ାଙ୍କ ଅଧ୍ୟକ୍ଷତା ଓ ଛାତ୍ରସଂଦର ଉପସଭାପତି ଅଧ୍ୟାପକ ଡ. ବିଶ୍ୱରଂଜନ ଦାସଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉଦ୍ଘାଟକ ଓ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା
ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ପାଠ ସହିତ ସାଠର ଆବଶ୍ୟକତା ରହିଛି । ଯେଉଁ ସାଠର ପାଠ ସହିତ ସାମଞ୍ଜସ୍ୟ ରହୁଥିବ । ଏହି ଉକ୍ତିଟି ଏକ ଗଳ୍ପ ମାଧ୍ୟମରେ ଉପସ୍ଥାପନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ହେମନ୍ତ କୁମାର ଘଡ଼େଇ, ସମ୍ମାନିତ ବକ୍ତା ଭାବେ ଗାୟତ୍ରୀ ପରିବାର ପ୍ରବକ୍ତା ଆଚାର୍ଯ୍ୟ ହେମନ୍ତ କୁମାର ପଣ୍ଡା ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ । ଛାତ୍ରସଂସଦ ଉପଦେଷ୍ଟା ଅଧ୍ୟାପକ ସରୋଜ କୁମାର ମହାପାତ୍ର ଓ ନାଟ୍ୟସଂସଦର ଉପସଭାପତି ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବାଗ ବାର୍ଷିକ ବିବରଣୀ
ପାଠ କରିଥିଲେ । ଶେଷରେ ଅଧ୍ୟାପକ ରାଜେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ କଲେଜ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ସଭାରେ କଲେଜର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଅଶୋକ ମଲ୍ଲିକ, ତପନ ନାୟକ, ଦେବାଶିଷ ଦାସ, ସୁସ୍ମିତା ପଣ୍ଡା, ଆଲଫାରାଣୀ ନାୟକ, ଗାୟତ୍ରୀ ବେହେରା, ବୈଷ୍ଣବ ଚରଣ ମହାନ୍ତି, ଡିଇଓ ଚିତ୍ତରଂଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ
ସୂର୍ଯ୍ୟବଂଶୀ ୨କୋଟି ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଲେଜ ନୂତନ ବିଜ୍ଞାନ ଗୃହର ଶିଳାନ୍ୟାସ କରିଥିଲେ । ଏହି ବାର୍ଷିକ ଉତ୍ସବରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Next Post