ପାଞ୍ଚ ଦିନିଆ ସାଞ୍ଝା କାର୍ଯ୍ୟକ୍ରମ ଉଦ୍‌ଘାଟିତ

0 73

ପୁରୀ,: ଶରଧାବାଲି ଠାରେ ଆରମ୍ଭ ହୋଇଛି ୫ ଦିନିଆ ସାଞ୍ଝା କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ଗୃହ ଓ ନଗ ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ଏବଂ ପୁରୀ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସୋମବାର
ସନ୍ଧ୍ର‌୍ୟାରେ ଉଦ୍‌ଘାଟନ କରି ଗୃହ ନିର୍ମାଣ, ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଥିଲେ ଏହି ମେଳା ଆମ ସ୍ୱୟଂ ସହାୟକ ଗୋଷ୍ଠୀର ମା\’ ମାନଙ୍କ ପାଇଁ ଏକ ବଡ ଉପଲବ୍ଧି । ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି ପାଇଁ ଏହା ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କୁ ଉତ୍ସାହିତ କରିବ ବୋଲି ସେ କହିଥିଲେ  ଓଡିଶା ପାଇଁ ଏହା ଏକ ଶୁଭ ସଙ୍କେତ । ଏହି କାର୍ଯ୍ୟକ୍ରମ ପାଇଁ ଦେଶର ୨୫ଟି ପାଇଲଟ ସହର ମଧ୍ୟରେ ପୁରୀକୁ ବାଛି ଥିବାରୁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୪୭ ସୁଦ୍ଧା ବିକଶିତ ଦେଶ କରିବା ଲକ୍ଷ୍ୟରେ ସମସ୍ତ ବଡ଼ ବଡ଼ କାର୍ଯ୍ୟକ୍ରମ ଓଡିଶା ଓ ପୁରୀରେ କରାଯାଉଛି, ଯାହା ବିକଶିତ ଓଡିଶାରେ ସହାୟକ ହେବ ବୋଲି ସେ କହିଥିଲେ । ସାଞ୍ଝା ମା\’ ମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ । ଏହା ୨କୋଟି ମା\’ମାନଙ୍କୁ ଲକ୍ଷପତି ମା\’ କରିବା ପାଇଁ
ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବ ବୋଲି ମନ୍ତ୍ରୀ କହିଥିଲେ । ପୁରୀ ଭୁବନେଶ୍ୱର କଟକକୁ ଗୋଟିଏ ସହରରେ ପରିଣତ କରାଯିବା ସହ ପୁରୀକୁ ସବୁଜ, ସ୍ୱଛ ଓ ସୁସ୍ଥ ସହରରେ ପରିଣତ କରିବାକୁ ମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସହରାଞ୍ଚଳର ଗରିବୀ
ହଟାଇବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗର ଏହା ଏକ ସୁନ୍ଦର ପଦକ୍ଷେପ ବୋଲି କହିଥିଲେ । ଏହାର ମୂଳ ଲକ୍ଷ୍ୟ
କୌଣସି ପରିବାର ଗରିବୀରେ ନ ରହୁ । ମା\’ମାନେ ପରିବାରର ମୁଖ୍ୟ ଅଙ୍ଗ । ସେମାନଙ୍କ ଉତ୍ପାଦ ପାଇଁ ଏହି ବ୍ୟବସ୍ଥା ସେମାନଙ୍କୁ ପ୍ରୋତ୍ସାହିତ କରିବା ସହ ବଜାର ସୃଷ୍ଟି କରି ଆର୍ଥିକ ମଜବୁତ କରାଇବ ବୋଲି ସେ କହିଥିଲେ ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସାଞ୍ଝା ସମସ୍ତଙ୍କୁ ଏକତ୍ରିତ କରି ଏକ ଆର୍ଥିକ ସମୃଦ୍ଧି ଦିଗରେ ମାର୍ଗଦର୍ଶନ କରାଇବ ବୋଲି କହିଥିଲେ । ଏଥିରେ ଅଧ୍ୟକ୍ଷତା କରି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏହି କାର୍ଯ୍ୟକ୍ରମ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କ୍ଷୁଦ୍ର ବ୍ୟବସାୟର କାରିଗର ଏବଂ ଉତ୍ପାଦ
ସମାରୋହର ଏକ ଅନନ୍ୟ ମେଳା ବୋଲି କହିଥିଲେ । ହସ୍ତଶିଳ୍ପ ଓ ସ୍ୱଦେଶୀ ଉତ୍ପାଦ ୮୦ରୁ ଊର୍ଦ୍ଧ୍ୱ ଷ୍ଟଲ ସହ ସାସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି । ଏହି ମେଳା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କହିଥିଲେ । ପରେ ସମସ୍ତ ଅତିଥିମାନେ ଷ୍ଟଲ ପରିଦର୍ଶନ କରିଥିଲେ

Leave A Reply

Your email address will not be published.