ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା

0 107

ଭୁବନେଶ୍ୱର,୧/୨/୨୦୨୫/ : ଟୁରିଜିମ୍ ହ ବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏବେ ଓଡ଼ିଶା ୧୭ ନମ୍ବର ସ୍ଥାନରେ ଅଛି। ୨୦୨୫ ସରୁ ସରୁ ୧୭ରୁ ୭ ନମ୍ବର ହେବ, ୨୦୨୯ ବେଳକୁ ଓଡ଼ିଶା ୩ରୁ ୧ ନମ୍ବର ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୃଢ଼ୋକ୍ତି କରିଛନ୍ତି । ଓଡ଼ିଶାର ବେଷ୍ଟ କେପ୍ଟ ସିକ୍ରେଟ ଓପନ ହେବ । ଉତ୍କର୍ଷ ଓଡ଼ିଶାରେ ସିଙ୍ଗିଲ ୱିଣ୍ଡୋରେ ଆସିଥିବା ନିବେଶକମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଦେଖିପାରିବେ । କୋରାପୁଟ, କଳାହାଣ୍ଡି ଭଳି ଅଞ୍ଚଳରେ ଭରି ରହିଥିବା ପ୍ରାଚୁର୍ଯ୍ୟକୁ ବିଶ୍ୱ ଦରବାରରେ ଦେଖାଇବା ପାଇଁ ଆମେ ସଫଳ ହେବୁ । ୭ରୁ ୮ ହଜାର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବେ । ଅତିଥି ଦେବ ଭବୋ ସଂସ୍କୃତିରେ ସମସ୍ତଙ୍କୁ ସ୍ୱାଗତ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ । ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାର ବେଷ୍ଟ କେପ୍ଟ ସିକ୍ରେଟ ଓପନ ହେବ । ଉତ୍କର୍ଷ ଓଡ଼ିଶାରେ ସିଙ୍ଗିଲ ୱିଣ୍ଡୋରେ ଆସିଥିବା ନିବେଶକମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଦେଖିପାରିବେ ।

Leave A Reply

Your email address will not be published.