ନେତା, ପୋଲିସର ପ୍ରୋତ୍ସାହନ ଚାଲିଥିଲା ଗୋ ତସ୍କରୀ

0 89

ଭୁବନେଶ୍ୱର,: ତିଗିରିଆ ଗୋ ତସ୍କରୀ ଘଟଣାରେ ଦୃଷ୍ଟାନ୍ତ ମୂଳକ କର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ରାଜ୍ୟ
ଗୋପାଳନ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ତିଗିରିଆ ଗୋ ତସ୍କରୀକୁ ନେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟାରେ କହିଛନ୍ତି ଏହା ଦୁର୍ଭାଗ୍ୟ ଜନକ କଥା । ଆଠଗଡ ତିଗିରିଆ ବାରମାଣ ଜଙ୍ଗଲରେ ଗୋହତ୍ୟା ଓ ଗୋ ଚାଲାଣର ଦୃଶ୍ୟ ଦେଖିବା ପରେ ଜିଲ୍ଲା
ଏସପି ପ୍ରତୀକ ସିଂଙ୍କ ସହ ବ୍ୟକ୍ତିଗତ ଆଲୋଚନା ହୋଇଛି । ସେ ସ୍ଥାନରେ ଚଢ଼ାଉ ହୋଇଛି । ସେ ଅଂଚଳକୁ ଗୋ ମାଫିଆଙ୍କୁ ବନ୍ଦ କରିବା ପାଇଁ ପୋଲିସ ବିଭାଗ ତତ୍ପର ଅଛି । କିନ୍ତୁ ଗତ ଦିନରେ ସେ ସ୍ଥାନରେ ଗୋ ମାତାଙ୍କର ହାଡ ଓ ଚର୍ମ ଯେଉଁ ଭଳି ଗଦା ହୋଇଛି ଗତ
ସରକାରରେ ସ୍ଥାନୀୟ ନେତା ଓ ବିନା ପୋଲିସର ସହାୟତାରେ ଏଭଳି କାର୍ଯ୍ୟ ସମ୍ଭବ ନୁହେଁ । ପୋଲିସର ଆଇଆଇସିଙ୍କଠୁ ନେଇ କନେଷ୍ଟବଳ ପର୍ଯ୍ୟନ୍ତ ସମସ୍ତଙ୍କୁ ପରିବର୍ତନ କରାଯାଇଛି । ନୂତନ ଭାବେ ଆଇଆଇସି ଓ ଅନ୍ୟ ପୋଲିସ ବିଭାଗର ଅଧିକାରୀଙ୍କୁ ନିଯୁକ୍ତି କରିବା ସହ ତଦନ୍ତ କରାଯାଉଛି । ସେ ସ୍ଥାନକୁ ସିଲ କରାଯାଉଛି । ତୁରନ୍ତ ପୋଲିସକୁ ଏ ଘଟଣାରେ ରିପୋର୍ଟ ଦେବା ପାଇଁ କୁହା ଯାଇଛି । ଯେଉଁ ମାନେ ସଂପୃକ୍ତ ତାଙ୍କ ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ପୋଲିସକୁ କୁହା ଯାଇଛି । ସେ ଆହୁରି କହିଛନ୍ତି ଯେ ବିନା ପ୍ରୋତ୍ସାହନରେ ଏଭଳି କାର୍ଯ୍ୟ ସମ୍ଭବ ନୁହେଁ । କାହିଁକି ଆଜି ଯାଏଁ ରାଜ୍ୟ ନେତା ଚୁପ୍ ଥିଲା, କାହିଁକି ପ୍ରଶାସନ ଚୁପ୍ ଥିଲା । ଏ କଥା ସାଧରଣ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ସମସ୍ତଙ୍କ ପ୍ରୋତ୍ସାହନରେ ମାଫିଆ ମାନେ ମାତିଥିଲେ । ସମସ୍ତଙ୍କ ଜାଣତରେ ଏ କାର୍ଯ୍ୟ ଚାଲିଥିଲା ।
କିଛି ଜଣଙ୍କୁ ଗିରଫ କରାଯାଇଛି ଆଉ କିଛି ଲୋକଙ୍କୁ ପଚରାଉଚୁରା କରାଯାଉଛି । ସମସ୍ତଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.