ନୂତନ ଗୋଦାମ ଗୃହ ଉଦଘାଟନ କଲେ ବିଧାୟକ

0 217

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ବର ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ଠାରେ ସମିତି ପକ୍ଷରୁ ନିର୍ମିତ ନୂତନ ଗୋଦାମ ଗୃହର ଉଦଘାଟନ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ | ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଉପ ନିବନ୍ଧକ ସମବାୟ ସମିତି ସମୂହ ବୌଦ୍ଧ ହାଡିବନ୍ଧୁ ମହାଖୁଡ଼ ଓ ସମିତିର ବିଜୟ କୁମାର ବେହେରା ଯୋଗ ଦେଇଥିଲେ | ସମିତିର ସମ୍ପାଦକ ଶୁଭ୍ରଜିତ୍ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମବାୟ ବିଭାଗର ଅଧିକାରୀ, କର୍ମଚାରୀ ମାନଂକ ସମେତ ତିଲେଶ୍ବର ସମିତିର ନିର୍ବାଚିତ ସଦସ୍ୟ ସଦସ୍ୟା ଓ ସାଧାରଣ ସଦସ୍ୟ ମାନେ ଯୋଗ ଦେଇଥିଲେ | ଏହି ଅବସରରେ ଅଂଚଳ ର ବିଭିନ୍ନ ସ୍ଥାନରୁ ଜନ ସାଧାରଣ ସ୍ଥାନୀୟ ସମସ୍ୟା ନେଇ ମୁଖ୍ୟ ସଚେତକଙ୍କୁ ଦୃଷ୍ଟି ଆକର୍ଷଣ କରୁଥିଲେ l

Leave A Reply

Your email address will not be published.