ନିଭା ବୁପା ପକ୍ଷରୁ ସ୍ୱାସ୍ଥ୍ୟ ବୀମା ଯୋଜନା ରାଇଜ୍‌ର ଶୁଭାରମ୍ଭ

0 127

ଭୁବନେଶ୍ୱର,: ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟ ବୀମା ପ୍ରଦାନକାରୀ କମ୍ପାନୀ ନିଭା ବୁପା ହେଲ୍‌ଥ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ପକ୍ଷରୁ ଭାରତର ‘ମିସିଂ ମିଡିଲ’ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ପହଞଚଯୋଗ୍ୟ କରିବା ପାଇଁ
ଡିଜାଇନ କରାଯାଇଥିବା ଏକ ସ୍ୱାସ୍ଥ୍ୟ ବୀମା ଯୋଜନା ‘ରାଇଜ୍‌’ର ଉନ୍ମୋଚନ କରାଯାଇଛି । ମୂଲ୍ୟ ଓ ନମନୀୟତା
ପ୍ରଦାନ କରୁଥିବା ଅନେକ ଶିଳ୍ପ ପ୍ରଥମ ଫିଚରଗୁଡିକ ସହିତ ‘ରାଇଜ୍‌’ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ସୁଲଭତା ଓ ଉପଲବ୍ଧତାକୁ ପୁନଃବ୍ୟାଖା କରିବା ପାଇଁ ପ୍ରସ୍ତୁତ ରହିଛି । ଭାରତର ଉଭୟ ବଡ ଓ ଛୋଟ ସହରଗୁଡିକରେ ବାସ କରୁଥିବା ମଧ୍ୟମ ବର୍ଗର ଲୋକମାନଙ୍କ ଜୀବନଶୈଳୀ, ଆବଶ୍ୟକତା ଓ ପସନ୍ଦକୁ ଭଲ ଭାବରେ ବୁଝିବା ପାଇଁ ସେମାନଙ୍କ ସହ ବିସ୍ତୃତ ଉପଭୋକ୍ତା ନିମଜ୍ଜନ ପରେ ‘ରାଇଜ୍‌’କୁ ଡିଜାଇନ କରାଯାଇଛି । ନିଭା ବୁପା ଏକ ସୁଲଭ ଓ କଷ୍ଟମାଇଜ୍‌ଡ ସ୍ୱାସ୍ଥ୍ୟ
ବୀମା ଉତ୍ପାଦ ପ୍ରସ୍ତୁତ କରିଛି ଯାହା ଗ୍ରାହକଙ୍କୁ କେବଳ ବିସ୍ତୃତ କଭରେଜ ଦେଉନାହିଁ ବରଂ ସେମାନଙ୍କୁ ଏକ ପ୍ରାଇଭେଟ ନେଟ୍‌ୱର୍କ ହସ୍ପିଟାଲ କିମ୍ବା ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେବାର ବିକଳ୍ପ ଚୟନ କରିବା ପାଇଁ ସୁବିଧା ପ୍ରଦାନ କରୁଛି । ଏହା ଅସୀମିତ ଡିଜିଟାଲ ପରାମର୍ଶ ଏବଂ ନିଜ ସୁବିଧା ମୁତାବକ ପ୍ରିମିୟମ ପଇଠ କରିବାର ଏକ ବିକଳ୍ପ ସହ ଆସୁଛି, ଯାହା ‘ରାଇଜ’କୁ ନିଜ ଗ୍ରାହକ ବର୍ଗ ପାଇଁ ଏକ ଉପଯୁକ୍ତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପରିଣତ କରୁଛି  ଅକ୍ଟୋବର ୨୦୨୧ରେ ପ୍ରକାଶିତ ନିତି ଆୟୋଗ ରିପୋର୍ଟରେ କରାଯାଇଥିବା ବ୍ୟଖ୍ୟା ଅନୁଯାୟୀ, ଭାରତରେ ‘ମିସିଂ
ମିଡିଲ’ ଜନସଂଖ୍ୟା, ସେହି ବ୍ୟକ୍ତିମାନଙ୍କୁ ବୁଝାଏ ଯିଏ ସରକାରୀ-ପ୍ରାୟୋଜିତ ସ୍ୱାସ୍ଥ୍ୟ ବୀମା ପାଇଁ ଯୋଗ୍ୟତା ହାସଲ
କରିବା ଲାଗି ଯଥେଷ୍ଟ ଅଧିକ ଆୟ କରୁଛନ୍ତି କିନ୍ତୁ ଏକ ଘରୋଇ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଦେବା ପାଇଁ ତାଙ୍କର
ଆୟ ଖୁବ୍ କମ୍ ଅଟେ । ଏହି ବର୍ଗରେ ପ୍ରାୟ ୪୦ କୋଟି ଭାରତୀୟ ଅନ୍ତର୍ଭୁକ୍ତ ଅଛନ୍ତି । ‘ରାଇଜ୍‌’ ବିଶେଷ ଭାବେ ଏହି
ବର୍ଗର ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସ୍ୱତନ୍ତ୍ର କଷ୍ଟମାଇଜ୍‌ଡ ଲାଭ ସହ ଭାରତର ‘ମିସିଂ ମିଡିଲ’ ପାଇଁ ଅପର୍ଯ୍ୟାପ୍ତ କଭରେଜର ଅନ୍ତରକୁ ଦୂର କରିବା ପାଇଁ ଲକ୍ଷ୍ୟ ରଖିଛି । ରାଇଜ୍‌ର ଶୁଭାରମ୍ଭ ସମ୍ପର୍କରେ ନିଭା ବୁପା ହେଲ୍‌ଥ ଇନ୍‌ସ୍ୟୁରାନ୍ସର ଅଣ୍ଡରରାଇଟିଂ, ପ୍ରଡକ୍ଟସ ଆଣ୍ଡ କ୍ଲେମ୍‌ସ ବିଭାଗର ନିର୍ଦ୍ଦେଶକ ଡଃ ଭାବତୋଷ ମିଶ୍ର କହିଛନ୍ତି, “ନିଭା ବୁପାରେ ଆମେ ଆମର ଗ୍ରାହକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରୁଥିବା ଅଭିନବ ସମାଧାନ ପ୍ରଦାନ କରିବା ପାଇଁ
ପ୍ରତିବଦ୍ଧ ରହିଛୁ । ରାଇଜ କେବଳ ଭାରତର ମିସିଂ ମିଡିଲ ପାଇଁ ବୀମା ଅନ୍ତରକୁ ଦୂର କରିବା କ୍ଷେତ୍ରରେ ଏକ ପଦକ୍ଷେପ ନୁହେଁ ବରଂ ଏହା ଆଇଆରଡିଏଆଇର ୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା ଲକ୍ଷ୍ୟ ସହ ଜଡିତ ରହିଛି ।” ଏହି ପ୍ଲାନଗୁଡିକ ବ୍ୟକ୍ତିଗତ, ବହୁ-ସଦସ୍ୟ ବିଶିଷ୍ଟ ଓ ଫ୍ୟାମିଲି ଫ୍ଲୋଟର ଭାରିଆଣ୍ଟରେ ଉପଲବ୍ଧ ହେଉଛି । ଅଞ୍ଚଳ
ଅନୁଯାୟୀ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ରାଶି ପାଇଁ ସର୍ବନିମ୍ନ ୬୪୧୬ ଟଙ୍କାରୁ ୮୬୬୯ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରୁ ଆରମ୍ଭ ହେଉଥିବା ମୂଲ୍ୟ ରହିବ ।

Leave A Reply

Your email address will not be published.