ନଦୀ ଜଳ ର ଗୁରୁତ୍ୱ ଆମ୍ବେଦକର ବୁଝିଥିଲେ

0 86

ଖଜୁରାହୋ:25/12/24
ଭାରତ ପାଇଁ ନଦୀ ଜଳର ଗୁରୁତ୍ୱ ସର୍ବପ୍ରଥମେ ବାବା ସାହେବ ଆମ୍ବେଦକର ବୁଝିଥିଲେ । ଭାରତରେ ଯେଉଁ ନଦୀ ଘାଟି ପ୍ରକଳ୍ପ ତିଆରି ହୋଇଛି, ତାର ପଛରେ ତାଙ୍କର ଦୂରଦୃଷ୍ଟି ଥିଲା, କିନ୍ତୁ କଂଗ୍ରେସ କେବେ ବାବା ସାହେବଙ୍କୁ ଏହାର ଶ୍ରେୟ ଦେଇନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି l  ସେ କହିଛନ୍ତି ଯେ, ଅନେକ ରାଜ୍ୟ ମଧ୍ୟରେ ନଦୀ ଜଳକୁ ନେଇ ବିବାଦ ଲାଗିରହିଛି । ଯେଉଁ ସମୟରେ କଂଗ୍ରେସର ସରକାର ଥିଲା,ସିଏ ଏହି ବିବାଦକୁ ତୁଟାଇ ପାରିଥାନ୍ତା, କିନ୍ତୁ ଏଭଳି କରିନାହିଁ । ଅଟଳଜୀଙ୍କ ସରକାର ପାଣି ସହିତ ଜଡିତ ସମସ୍ୟାର ନିରାକରଣ ପାଇଁ ଉଦ୍ୟମ କରିଥିଲା, କିନ୍ତୁ ତାଙ୍କ ସରକାର ଯିବା ପରେ କଂଗ୍ରେସ ଏହାକୁ ଥଣ୍ଡା ବସ୍ତାରେ ପକାଇ ଦେଇଥିଲା ।
ପ୍ରଧାନମନ୍ତ୍ରୀ ମୋଦି ବୁଧବାର ମଧ୍ୟପ୍ରଦେଶର ଖଜୁରାହୋରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକ ଶହ ଏକ ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ କେନ-ବେତବା ଲିଙ୍କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାସହିତ ସେ ଓକାରେଶ୍ୱର ଫ୍ଲୋଟିଂ ସୋଲାର ପାୱାର ପ୍ଲାଂଟର ଉଦଘାଟନ କରିଛନ୍ତି । ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଜୀବନ ଉପରେ ଆଧାରିତ ଏକ ଲଘୁ ଫିଲ୍ମର ପ୍ରଦର୍ଶିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ସ୍ମୃତିରେ ଡାକ ଟିକେଟ ଓ ମୁଦ୍ରା ବି ଉନ୍ମୋଚନ କରିଥିଲେ ।

Leave A Reply

Your email address will not be published.