ଜ୍ୟୋତି କଳା କ୍ଷେତ୍ର ର କଳା ଶମ୍ପର୍ଣା ୨୦୨୫

0 135

ପାରାଦୀପ, :- ପାରାଦୀପ ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପରମ ଜ୍ୟୋତି କଳାକ୍ଷେତ୍ର ଦ୍ଵାରା ଆୟୋଜିତ ତୃତୀୟ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ମାନ୍ୟବର ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରେଇ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ।କଳା ସମ୍ପର୍ଣ୍ଣା ୨୦୨୫ ରେ ନୃତ୍ୟ କ୍ଷେତ୍ରରେ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଥିବା କଳାକାର ଏବଂ ନୃତ୍ୟ ଗୁରୁଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା ।ପାରାଦ୍ୱୀପ ବନ୍ଦର ର ମୁଖ୍ୟ ଅର୍ଥ ପରାମର୍ଶଦାତା ଶ୍ରୀ ଧର୍ମେନ୍ଦ୍ରନାଥ ସୋନ୍ଧି ଉପସ୍ଥିତ ରହି ଛୋଟ ଛୋଟ ପିଲାମାନଙ୍କୁ ପୁରସ୍କାର ପ୍ରଦାନ କହିବା ଶହ ଏହିଭଳି କାର୍ଯ୍ୟକର୍ମ ମାଧ୍ୟମରେଓଡିଶାର ଓଡିଶୀ ନୃତ୍ୟ ପ୍ରଚାର ପ୍ରସାର ନିମନ୍ତେ ଯତ୍ନବାନ ହେବା ସହ ପରମ ଜ୍ୟୋତି କଳା କ୍ଷେତ୍ର ର ଏହି ପ୍ରତିଷ୍ଠା ବେଶ୍ ଆକର୍ଷଣୀୟ ବୋଲି କହିଛନ୍ତି ସାଂସଦ ଭିଭୁ ପ୍ରାସାଦ ତରାଇ ।ସାଂସଦଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଅବିନାଶ ପରିଡ଼ା, ପାରାଦ୍ୱୀପ ପ୍ରତିନିଧି ଶ୍ରୀ ଗୌତମ ନାୟକ,ଇଂ ମନୋଜ କୁମାର ନାୟକ ଏବଂ ନୃତ୍ୟ ଗୁରୁ ଶ୍ରୀ ନିରଞ୍ଜନ ରାଉତ, ନାଟ୍ୟଶ୍ରୀ ପ୍ରଭାତ ମହାରଣା ଏବଂ ପାରାଦ୍ୱୀପ ପୋର୍ଟ ୱାର୍କସ ୟୁନିଅନର ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଶତପଥି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନଙ୍କ ଶହ ପରମ ଜ୍ୟୋତି କଳା କ୍ଷେତ୍ର ର କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ।

Leave A Reply

Your email address will not be published.