ଜେଏସ୍‌ଡବ୍ଲ୍ୟୁ-ଶିବା ସିମେଣ୍ଟ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

0 131

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ତେଲିଘନା ଜେଏସ୍ ଡବ୍ଲ୍ୟୁଶିବା ସିମେଣ୍ଟ କରଖାନା ସିଏସ୍‌ଆର ବିଭାଗ ଆନୁକୂଲ୍ୟରେ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମାରୋଗ ମୁକ୍ତ ଭାରତ ଅଭିଯାନ ସମ୍ପର୍କିତ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କମ୍ପାନୀର ଜମିଜମା ମାମଲା ଓ ସଙ୍ଗଠକ ଅଧିକାରୀ ସୁନୀଲ କୁମାର ନାଥ ଯୋଗଦେଇ କମ୍ପାନୀସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ଯଥାକ୍ରମେ କୁତ୍ରା ଓ ବଡ଼ଗାଁ ବ୍ଲକରେ ଥିବା ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ଔଷଧ ଯୋଗାଇ ଦେବାକୁ ଉଭୟ ବ୍ଲକ୍‌କୁ ପୌଷ୍ୟ ବ୍ଲକ ରୂପେ ଗ୍ରହଣ କରିଥିବା ସୂଚନା ଦେଇଥିଲେ । ଏଥିସହ ଆଞ୍ଚଳିକ ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳିବତୀ, ଶିକ୍ଷା ବିକାଶ ନିମନ୍ତେ କମ୍ପାନୀ ପକ୍ଷରୁ ନିୟମିତ ପଦକ୍ଷେପ ଗ୍ରହଣ କରାଯାଇ ଏହି କ୍ଷେତ୍ରର ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ କରାଯାଉଥିବା ମଧ୍ୟ ସୂଚନା ପ୍ରଦାନ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ଏଡିପିଏଚ୍‌ଓଟିବି ଡାକ୍ତର ଭକ୍ତମୋହନ ସ୍ୱାଇଁ, ଡିପିସି ସୁନ୍ଦରଗଡ଼ କ୍ଷୀରୋଦ ଚନ୍ଦ୍ର ସାହୁ, ପିପିଏମ ଡାକ୍ତର ରାଜକୁମାର ଦେହୁରୀ, କୁତ୍ରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର
ଶ୍ରୀକାନ୍ତ ଟପ୍ପୋ, ଡାକ୍ତର ସରୋଜ କୁମାର ନନ୍ଦ, ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ବିଶ୍ୱରଂଜନ ସାହୁ,କୁତ୍ରା ବିପିଏମ ଗୀତାଞ୍ଜଳି ରାଉତରାୟ, କମ୍ପାନୀ ସିଏସ୍‌ଆର ମୁଖ୍ୟ ସଂଗ୍ରାମ କେଶରୀ ରାଉତ, ସିଏସ ଆର ଅନ୍ୟତମ ଅଧିକାରୀ ଅଲେଖ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଏହିକି ଉଭୟ ବଡ଼ଗାଁ ଏବଂ କୁତ୍ରା ବ୍ଲକର ୧୫୩ ଜଣ ଯକ୍ଷ୍ମାରୋଗୀଙ୍କୁ କମ୍ପାନୀ ପକ୍ଷରୁ ମାଗଣା ପୁଷ୍ଟିକରଖାଦ୍ୟ ସହ ଔଷଧ ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.