ଭୁବନେଶ୍ୱର,: ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଅଗ୍ରଣୀ ଶକ୍ତି ଉତ୍ପାଦନକାରୀ କମ୍ପାନୀ ସନସ୍ୟୁର ଏନର୍ଜି ଆଜି ଭାରତର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସର ଗାଜିଆବାଦ ସ୍ଥିତ ସହାୟକ କମ୍ପାନୀ ଜେଏସ୍ଏଲ୍ ସୁପର ଷ୍ଟିଲ୍ ସହିତ ୧୧ ମେଗାୱାଟର ଦୀର୍ଘମିଆଦୀ ଶକ୍ତି କ୍ରୟ ଚୁକ୍ତି (ପିପିଏ) ସ୍ୱାକ୍ଷର କରିଛି । ବୁଝାମଣା ଅନୁଯାୟୀ ଉତର ପ୍ରଦେଶର ଅଗସାଇଠାରେ ଥିବା ୪୯ ମେଗାୱାଟ୍ ପିକ୍ ସୌର ପ୍ରକଳ୍ପରୁ ଏହା ୧୧ ମେଗାୱାଟ୍ ସୌର ଶକ୍ତି ଗ୍ରହଣ କରିବ ଏବଂ ଏହାର ପ୍ଲାଣ୍ଟରେ ପ୍ରାୟ ୫୦% ସ୍ୱଚ୍ଛ ଶକ୍ତି ଉପଯୋଗ କରିବ । ଜେଏସଏଲ୍ ସୁପର ଷ୍ଟିଲ୍ ସହ ସନସ୍ୟୁର ଏନର୍ଜିର ଭାଗିଦାରୀ ଭାରତର ବାଣିଜ୍ୟିକ ଏବଂ ଶିଳ୍ପ କ୍ଷେତ୍ରରେ ଅକ୍ଷୟ ଶକ୍ତିକୁ ଆଗକୁ ବଢ଼ାଇବାର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବ । ଏହି ଭାଗିଦାରୀ ଜେଏସଏଲ ସୁପର ଷ୍ଟିଲକୁ ବାର୍ଷିକ ୧୬.୫ ମିଲିୟନ ୟୁନିଟ୍ (ଏମୟୁ) ସ୍ୱଚ୍ଛ ଶକ୍ତି ପାଇବାରେ ସକ୍ଷମ କରିବ ଏବଂ କମ୍ପାନୀକୁ ବାର୍ଷିକ ୧୨ ମିଲିୟନ କିଲୋଗ୍ରାମ କାର୍ବନ ନିର୍ଗମନକୁ ହ୍ରାସ କରିବାରେ ସାହାଯ୍ୟ କରିବ, ଯାହା ୫ ଲକ୍ଷ ୪୫ ହଜାରରୁ ଅଧିକ ଗଛ ଲଗାଇବା ସହିତ ସମାନ । ଏହି ପଦକ୍ଷେପ ସବୁଜ ଇସ୍ପାତ ଉତ୍ପାଦନ ପାଇଁ ଭାରତର ପ୍ରୟାସକୁ ସୁଦୃଢ଼ କରିବ ଏବଂ ଏକ ଶିଳ୍ପ କ୍ଷେତ୍ରରେ ରୂପାନ୍ତରଣ ଆଣିବ, ଯାହାର ଉଦ୍ଦେଶ୍ୟ ହେଉଛି ଶକ୍ତି ଭିତ୍ତିକ ଶିଳ୍ପ କ୍ଷେତ୍ରରେ କାର୍ବନ ନିର୍ଗମନକୁ ରୋକିବ । ଜିନ୍ଦଲ ଷ୍ଟେନଲେସର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ, ଜଗମୋହନ ସୁଦ କହିଛନ୍ତି, ଜେଏସଏଲ ସୁପର ଷ୍ଟିଲର ଏହି ଭାଗିଦାରୀ ଆମର ନେଟ୍ ଜିରୋ ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ପଦକ୍ଷେପ ଏବଂ ୨୦୩୫ ସୁଦ୍ଧା ୫୦% କାର୍ବନ ନିର୍ଗମନ ହ୍ରାସ କରିବାର ଆମର ସ୍ୱଳ୍ପକାଳୀନ ଲକ୍ଷ୍ୟର ଏକ ଅଂଶ ଅଟେ । ଆମର ଉତ୍ପାଦନ ପ୍ରକ୍ରିୟାରେ ଅକ୍ଷୟ ଶକ୍ତିକୁ ସମନ୍ୱିତ କରି ଆମେ କେବଳ କାର୍ବନ ଫୁଟପ୍ରିଣ୍ଟ ହ୍ରାସ କରୁନାହୁଁ ବରଂ ଭାରତରେ ଧାତୁ ଶିଳ୍ପ ପାଇଁ ନୂତନ ମାନଦଣ୍ଡ ମଧ୍ୟ ସ୍ଥାପିତ କରୁଛୁ । ଷ୍ଟେନଲେସ୍ ଷ୍ଟିଲ ଶିଳ୍ପରେ ଏକ ଅଗ୍ରଣୀ କମ୍ପାନୀ ହିସାବରେ ସବୁଜ ହାଇଡ୍ରୋଜେନ ବ୍ୟବହାର, ଜୈବ ଇନ୍ଧନର ବ୍ୟବହାର, ଗ୍ରିଡରୁ ଅକ୍ଷୟ ଶକ୍ତି ଅଂଶ ବୃଦ୍ଧି ଇତ୍ୟାଦି ମାଧ୍ୟମରେ ସ୍ୱଚ୍ଛ ଉପାୟ ଅବଲମ୍ବନ କରିବା ଏକ ଦାୟିତ୍ୱ ବୋଲି ଆମେ ବିଚାର କରୁଅଛୁ । ଏହି ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମରେ ସନସ୍ୟୁର ଏନର୍ଜିର ପ୍ରତିଷ୍ଠାତା ଅଧ୍ୟକ୍ଷ ଓ ସିଇଓ, ଶଶାଙ୍କ ଶର୍ମା କହିଛନ୍ତି, ଶିଳ୍ପ କ୍ଷେତ୍ର ଭାରତର ଅକ୍ଷୟ ଶକ୍ତି ଲକ୍ଷ୍ୟ ସହ ଯୋଡ଼ି ହୋଇଥିବାରୁ ଏଭଳି ସହଯୋଗ ଦାୟିତ୍ୱପୂର୍ଣ୍ଣ ଅଭିବୃଦ୍ଧି ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଏହି ଚୁକ୍ତିମାଧ୍ୟମରେ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ଅକ୍ଷୟ ଉତ୍ସରୁ ଶକ୍ତି ସଂଗ୍ରହ କରି ଉତର ପ୍ରଦେଶରେ ଧାତୁ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ସାଜିଛି । ଏହା ଦର୍ଶାଉଛି ଯେ ସ୍ୱଚ୍ଛ ଶକ୍ତି କେବଳ ଏକ ବିକଳ୍ପ ନୁହେଁ, ବରଂ ଶିଳ୍ପ ପ୍ରଗତିର ଭବିଷ୍ୟତ । ନିରନ୍ତର ବିକାଶ ପଦକ୍ଷେପ ପାଇଁ ଜେଏସଏଲର ସୁପରିଚିତ, ଏବଂ ସେମାନଙ୍କୁ ଆମର ଗ୍ରାହକ ପରିବାରରେ ସ୍ୱାଗତ କରି ଆମେ ଗର୍ବ ଅନୁଭବ କରୁଛୁ । ଜିନ୍ଦଲ ଷ୍ଟେନଲେସ୍ ପରିବେଶ ଦାୟିତ୍ୱବୋଧ ଦ୍ୱାରା ପରିଚାଳିତ ଏକ ସବୁଜ, ସ୍ଥାୟୀ ଭବିଷ୍ୟତ ଉପରେ ଗୁରୁତ୍ୱ ଦେଉଛି । କମ୍ପାନୀ ଗତ ତିନି ଆର୍ôଥକ ବର୍ଷରେ ୩.୧ ଲକ୍ଷ ଟନରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିଛି ଏବଂ ୨୦୫୦ ସୁଦ୍ଧା ନେଟ୍ ଜିରୋ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଜିନ୍ଦଲ ଷ୍ଟେନଲେସ୍ ହେଉଛି ଭାରତର ପ୍ରଥମ କମ୍ପାନୀ ଯିଏ କି ଏହାର ଷ୍ଟେନଲେସ୍ ଇସ୍ପାତ ଉତ୍ପାଦନ ପାଇଁ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟ ଆରମ୍ଭ କରିଛି । ଏହାବ୍ୟତୀତ କମ୍ପାନୀ ଆଗାମୀ ୫ ବର୍ଷରେ ବିଭିନ୍ନ ଡିକାର୍ବନାଇଜେସନ୍ ପ୍ରକଳ୍ପରେ ୭୦୦ କୋଟି ଟଙ୍କା ନିବେଶ କରିବ ।