ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର

0 79

ଖୋର୍ଦ୍ଧା,: ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ମିଳିତ ଜନ ଶୁଣକ୍ଷଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧି୍‌କ୍ଷକ ଶାଗରୀକା ନାଥ, ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ୍ୟୋତିଶଙ୍କର ସାହୁ, ଉପ ଜିଲ୍ଲାପାଳ, କିଶୋର କୁମାର ପଣ୍ଡା ଯୋଗ ଦେଇଥିଲେ । ଏହି ମିଳିତ ଜନ ଶୁଣାଣି ଶିବିରେ ମୋଟ ୭୩ ଗୋଟି ଅଭିଯୋଗ ହୋଇଥିବା ବେଳେ ତନ୍ମଧ୍ୟରୁ ୦୯ ଗୋଟି ଅଭିଯୋଗ ବ୍ୟକ୍ତିଗତ ଏବଂ ୫୮ ଗୋଟି ଅଭିଯୋଗ ସାମୁହିକ ସମସ୍ୟା ଜନିତ ଥିଲା । ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ ୪ ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଜଣ ଅଭିଯୋଗକାରୀଙ୍କୁ ନୟାପଲ୍ଲୀ, ଭ୍ୱନେଶ୍ୱରର ଲକ୍ଷ୍ମୀପ୍ରିୟା ବେହେରା ଏବଂ ଗୁଣ୍ଠୁଣି ଗୋଲବାଇର ଶୁସିଳା ସାହୁଙ୍କୁ ୧୦ ହଜାର ଲେଖାଏଁ ମୋଟ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ । ଅନଲାଇନରେ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗଗୁଡିକୁ ସମ୍ପୃକ୍ତ ଅଧିକାରୀମାନେ ଯତ୍ନବାନ ହୋଇ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜନଶୁଣାଣି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ରାଜସ୍ୱ ନିବେଦିତା ପରିଡ଼ା, ଡେପୁଟି କଲେକ୍ଟର, ଅଭିଯୋଗ, ଆର୍ତ୍ତତ୍ରାଣ ମଲ୍ଲିକ, ସହକାରୀ କଲେକ୍ଟର, ଅଭିଯୋଗ ଭୁବନେଶ୍ୱରୀ କଅଁର, ଜିଲ୍ଲାସମାଜ ମଙ୍ଗଳ ଅଧିକାରୀ କୁଶୁମ କୁମାରୀ ପ୍ରହରାଜ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ରଶ୍ମିତା ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ, ଡ଼ଃ ଗୀତାଂଶୁ ମୋହନ ଦାଶ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ଦିଲ୍ଲୀପ ହିଆଲ୍‌, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ମଣ୍ଡଳ ଉନ୍ନୟନ ଅଧିକାରୀ ଖୋର୍ଦ୍ଧା, କ୍ଷୀରାବ୍ଧି ତନୟା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବିଭିନ୍ନ ବ୍ଲକର ବିଡ଼ିଓ, ତହସିଲଦାର, ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀମାନେ ଯୋଗଦେଇ ଥିଲେ । ଚଳିତ ମଇ ମାସ ୧୩ ତାରିଖରେ ବେଗୁନିଆ ବ୍ଲକ ଅଧୀନ କୁଞ୍ଜୁରି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ, ୧୯ ତାରିଖରେ ଭୁବନେଶ୍ୱର ବ୍ଲକ ଇଞ୍ଜନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏବଂ ୨୬ ତାରିଖ ବାଣପୁର ବ୍ଲକ ଗମ୍ଭାରୀ ମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଏବଂ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ, ପୁଲିସ ଉପାଯୁକ୍‌ତଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ସକାଳ ୦୭.୦୦ଘଟିକା ଠାରୁ ପୂର୍ବାହ୍ନ ୧୦.୦୦ଘଟିକା ପର୍ଯ୍ୟନ୍ତ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି ।

Leave A Reply

Your email address will not be published.