ଜାତୀୟ କୁଷ୍ଠ ରୋଗ ନିରାକରଣ ଦିବସ ପାଳିତ

National Leprosy Awareness Day is celebrated

0 67

ମୁନିଗୁଡ଼ା, : ଦିନକୁ ଦିନ ଆମ ରାଜ୍ୟରେ କିମ୍ବା ଆମ ଅଞ୍ଚଳରେ କୁଷ୍ଠ ରୋଗରେ ସଂକ୍ରମଣ ହୋଇଥିବା ଲୋକଙ୍କୁ ଘୃଣା
କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଜାତୀୟ କୁଷ୍ଠ ରୋଗ ନିରାକରଣ ଅଭିଯାନ ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କରେ ଲୋକଙ୍କୁ ସଚେତନତା କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ରାୟଗଡ ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ କୁଷ୍ଠ ରୋଗ ନିରାକରଣ ଦିବସ ପାଳିତ
ହୋଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ.ଆଶିଷ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । କୁଷ୍ଠ ରୋଗ ଏକ ସାଧାରଣ ବ୍ୟାଧି ଏହା ଏକ ଜୀବାଣୁ ଜନିତ ରୋଗ, ପର୍ଯ୍ୟାପ୍ତ ପରିମାଣର ସଚେତନତା ହେଲେ ରୋଗ ସଂକ୍ରମଣ ପରିମାଣ କମିବ ବୋଲି ମେଡିକାଲ ଅଫିସର ଶ୍ରୀ ପଣ୍ଡା ଜଣାଇଥିଲେ । ଏହି ଜାତୀୟ କୁଷ୍ଠ ରୋଗ ନିରାକରଣ ଦିବସରେ କୁଷ୍ଠ ରୋଗୀମାନଙ୍କ ପ୍ରତି ଭେଦଭାବ ନରଖିବା ସହ ସେମାନଙ୍କୁ ଆପଣେଇବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଦୁବେ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନେ
ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନେ ଫ୍ଲାକାର୍ଡ ଧରି ବିଭିନ୍ନ ପ୍ରକାର ସଚେତନତା ସ୍ଲୋଗାନ ଦେବା ସହ ମୁନିଗୁଡ଼ା ସହର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମରେ ମେଡିକାଲ ଅଫିସର ଆଶିଷ କୁମାର ପଣ୍ଡା, ଡ. ସୁଚିଶ୍ମିତା ସାହୁଙ୍କ ସମେତ ମେଡିକାଲ କର୍ମ·ରୀ ଗୌରାଙ୍ଗ ବେଉରି, ଲକ୍ଷ୍ମଣ ବାଗ, ସୁକାନ୍ତି, ସୁନନ୍ଦା କୁମାର, ବୁଦ୍ଧିମନି ଶିଆଳ, ଦାମିନିଙ୍କ ସହ ଆସା କର୍ମୀ ଓ ଅନ୍ୟ ମେଡିକାଲ କର୍ମ·ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.