ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସଦର ପଂଚାୟତର ଏକମ୍ବା ଗ୍ରାମର ଏକ ଫାର୍ମ ହାଉସର ବାଉଁଶ ବୁଦା ତଳେ ଏକ ଜଙ୍ଗଲୀ ଭାଲୁ ଛୁଆ ଜନ୍ମ କରି ରହିଛି । ସ୍ଥାୟୀ ବାସିନ୍ଦା ଭାଲୁ ଭୟରେ ରହିଛନ୍ତି ।ଅନ୍ୟପଟେ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବନବିଭାଗ ମିଳିତ ଭାବେ ସୁରକ୍ଷା ଦେବାକୁ ପ୍ରସ୍ତୁତ ରହିଛନ୍ତି ।ସୂଚନା ଥାଉକି ପ୍ରାୟ ପ୍ରତ୍ୟକ ସମୟରେ ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଭାଲୁ ଦେଖିବାକୁ ମିଳିଛି ।ଫଳରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଆସୁଛନ୍ତି ।ଲୋକଙ୍କୁ ସୁରକ୍ଷା ଦେବାରେ ବନବିଭାଗ ପ୍ରସ୍ତୁତ ରହିଥିବା ସୂଚନା ରହିଛି ।ବନବିଭାଗ ସଜାଗ ରହିଥିବାବେଳେ ଲୋକଙ୍କ ସୁରକ୍ଷା ପାଇଁ ଦାବି ହୋଇଛି ।