ରାଇଘର,: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ଜୋଡ଼ିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ମହୋତ୍ସବ ପାଳନ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନ ଜାତି ବିକାଶ ସଂଖ୍ୟାଲଘୁ ଏବଂ ପଛୁଆ ଶ୍ରେଣୀ କଲ୍ୟାଣ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷ ଗୁପ୍ ପ୍ରସାଦ ଝାଙ୍କର, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଦୁ ଭୂଷଣ ବେହେରା, ସାଂସଦ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ନାନରା ଖରା, ଜତିନ୍ଦ୍ର ଗଣ୍ଡ, ଖଗେଶ୍ୱର ହରିଜନ, ସରପଞ୍ଚ ସଙ୍ଗୀତା ଗଣ୍ଡ, ସମିତି ସଭ୍ୟ ଚଞ୍ଚଳା ଗଣ୍ଡ, ସ୍କୁଲ ସଭାପତି ଫୁଲବାଇ ଗଣ୍ଡ, ପୁର୍ବତନ ସରପଞ୍ଚ ଫୁଲସିଂ ଗଣ୍ଡ, ବିଶ୍ୱନାଥ ସିଲ୍, ଶିବ କୁମାର ଗଣ୍ଡ, ବସନ୍ତ ଡଙ୍ଗରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ ନିମନ୍ତେ ଅତିଥିଗଣ ଅଭିଭାଷଣ ଦେବା ସହ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଅଞ୍ଚଳ ହୋଇଥିବା ବେଳେ ଛତିଶଗଡ ସୀମାନ୍ତ ଜୋଡ଼ିଙ୍ଗା କନ୍ୟାଶ୍ରମ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଶିକ୍ଷା ଦାନ ଠାରୁ ଆରମ୍ଭ କରି ଖେଳ କୁଦ, ନାଚ ଗୀତ ସବୁଥିରେ ଦକ୍ଷତା ପ୍ରଦର୍ଶନ କରି ବିଦ୍ୟାଳୟର ନାମକୁ ଛାତ୍ରୀମାନେ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି । ଛାତ୍ରୀମାନଙ୍କ ଦକ୍ଷତା ସହ ଶିକ୍ଷାଦାନ ସହ ଦାୟିôବରେ ଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସରକାରଙ୍କ ବିଭିତ୍ତ ଉନ୍ନୟନ ମୂଳକ ଯୋଜନା ସଂମ୍ପର୍କରେ ଅବଗତ କରାଇଥିଲେ କ୍ଷ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଜିବନ ସମୃଦ୍ଧ କରି
ଗଢି ତୋଳିବା ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାର ସଦୁପଯୋଗ କରିବା ନିମନ୍ତେ ଅବଗତ କରାଯାଇଥିଲା ।
ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ ସମସ୍ତଙ୍କୁ ମନ ମୋହିଥିଲା । ଛାତ୍ରୀ
ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସାସ୍କୃତିକ
କାର୍ଯ୍ୟକ୍ରମକୁ ଲକ୍ଷ୍ମୀ ପ୍ରିୟା ନାୟକ ଓ ସଂଗୀତା ବାଘ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଜେନା, ସୁକମନ
ଗଣ୍ଡ, ଅଶୋକ ଗଣ୍ଡ, ନବକିଶୋର ଗଣ୍ଡ, ରୁପସିଂ ଗଣ୍ଡ, ଗୋବର୍ଦ୍ଧନ ପାତ୍ର, ସୁକାନ୍ତ ବେହେରା, ସୌଭାଗ୍ୟ ଦାସ ବିମଳ ନାୟକ, ଜ୍ୟୋର୍ତିମୟୀ ତ୍ରିପାଠୀ, ସୁଶୀଲା ମଣ୍ଡଳ, ପ୍ରଜ୍ଞାନ ସାହୁ, ବନଜିନି ମହାରଥୀ, ଲକ୍ଷ୍ମୀ ପ୍ରିୟା ନାୟକ, ସଂଗୀତା ବାଘ ପ୍ରମୁଖ ସହ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ସହଯୋଗ କରିଥିଲେ ।
ଛାତ୍ରୀମାନଙ୍କ ଦକ୍ଷତାକୁ ନେଇ ପ୍ରଶଂସା କଲେ ମନ୍ତ୍ରୀ
The minister praised the students for their ability
Next Post