ଗେଷ୍ଟ୍‌ ହାଉସ୍‌ରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌, ୩ ଗ୍ରାହକଙ୍କୁ ବାନ୍ଧିଲା ପୋଲିସ

0 104

ବଲାଙ୍ଗୀର ସହର ଭିତରେ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଜେନ୍ଦ୍ର ପାର୍କ ନିକଟରେ ଥିବା ତିରୁପତି ଗେଷ୍ଟ ହାଉସ୍‌ରେ ସେକ୍ସ ର଼୍ୟାକେଟ୍‌ ଚାଲିଥିବା ନେଇ ଖବର ପାଇଥିଲା ଟାଉନ ଥାନା ପୋଲିସ। ଏକ ସ୍ବତନ୍ତ୍ର ଟିମ୍‌ ଗେଷ୍ଟ୍‌ ହାଉସ୍‌ ଉପରେ ଚଢ଼ାଉ କରି ଏହି ସମୟରେ ତିନି ଜଣ ଗ୍ରାହକଙ୍କୁ ଗିରଫ କରିବା ସହିତ ଜଣେ ଦେହଜୀବୀ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ। ଗିରଫ ଯୁବକମାନେ କନ୍ଧମାଳର ହୋଇଥିବା ବେଳେ, ଯୁବତୀ ଜଣକ କଟକ ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି ସେନେଇ ଅଧିକ ଟାଉନ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲିସ ଭାରପ୍ରାପ୍ତ ଏଡିପିଓ ସଞ୍ଜୟ ମଣ୍ଡଳ କହିଛନ୍ତି।

Leave A Reply

Your email address will not be published.