ଗୁଡହାଣ୍ଡି ଡୋକାରିଚଞ୍ଚରା ସୁରକ୍ଷା ମଞ୍ଚ ପକ୍ଷରୁ ବୈଠକ,ପର୍ଯ୍ୟଟନ ସ୍ଥଳୀ କୁ ବ୍ଲକ ସ୍ତରୀୟ କମିଟି ପାଇଁ ଦାବି

0 109
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ତଥା ମଧୁ ମାଧବ ତୀର୍ଥକ୍ଷେତ୍ର ପାଇଁ ପ୍ରସିଦ୍ଧ ଗୁଡହାଣ୍ଡି ଡୋକାରିଚଞ୍ଚରା କୁ ନେଇ ବିଗତ ଦିନ ରେ କମିଟି ସମ୍ପ୍ରସାରଣ କୁ ନେଇ ବିବାଦ ଉପୁଜିଥିବା ବେଳେ ଦିର୍ଘ ବର୍ଷ ରୁ ଗୁଡହାଣ୍ଡି ଉନ୍ନୟନ କମିଟି ଏହି ପର୍ଯ୍ୟଟନ ସ୍ଥଳୀ ର ରକ୍ଷଣାବେକ୍ଷଣ ଦାଇତ୍ୱ ରେ ରହିଥିବା ବେଳେ ସ୍ଥାନୀୟ ଡୁଡୁକାଠେଙ୍ଗା ପଞ୍ଚାୟତ ଅଞ୍ଚଳ ର ଗ୍ରାମବାସୀ ମାନେ ବିଗତ କିଛିବର୍ଷ ହେବ ଏହି କମିଟି କୁ ବିରୋଧ  କରି ସାହାଜଖୋଲ ଜଙ୍ଗଲ ତାଙ୍କ ପଞ୍ଚାୟତ ଅଧୀନରେ ଆସୁଥିବା ନେଇ ଦାବି କରି ବିରୋଧ ଓ ପ୍ରତିବାଦ କରିଥିଲେ। ପରବର୍ତ୍ତୀ ସମୟରେ ଧର୍ମଗଡ଼ ବନାଞ୍ଚଳ ବିଭାଗ ଦ୍ଵାରା ଅନୁମୋଦନ ପ୍ରାପ୍ତ ହୋଇ ଇକୋ ଟୁରିଜମ ଗ୍ରୁପ ଗଠନ କରିଥିଲେ। ତେବେ ପର୍ଯ୍ୟଟନ ସ୍ଥଳୀ ଓ ଶ୍ରୀରାମ ମନ୍ଦିର ପରିଚାଳନା ନେଇ ଉଭୟ କମିଟି ମଧ୍ୟରେ ବୁଝାମଣା ନ ହେବାରୁ ମାମଲା ଆମପାଣି ଥାନା ଓ ପରେ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଥିଲା। ପରେ ଉଭୟ ପକ୍ଷ ଙ୍କୁ ଆମପାଣି ଥାନା ରେ ସମାଧାନ ଡକାଯାଇଥିଲା, ହେଲେ କୌଣସି ନିଷ୍କର୍ଷ ନ ହେବାରୁ ପାଇଁ  ଗତ ଶ୍ରୀରାମ ନବମୀ ମହୋତ୍ସବ କୁ ଧର୍ମଗଡ଼ ଉପଖଣ୍ଡ ପ୍ରଶାସନ ପକ୍ଷରୁ ନୂତନ ଇଟିଜି କମିଟି କୁ ସମ୍ପାଦନ କରିବାକୁ ଦାଇତ୍ୱ ମିଳିଥିଲା।
ଏହି ଘଟଣା ପରେ ଗୁଡହାଣ୍ଡି ଡୋକାରିଚଞ୍ଚରା ସୁରକ୍ଷା ମଞ୍ଚ ପକ୍ଷରୁ ଆବାହକ ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ରବିବାର କୋକସରା ବ୍ଲକ ଟେମରା ଗ୍ରାମ ବଜାର ପଡିଆ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର,ପୂର୍ବତନ ଗୁଡହାଣ୍ଡି ଉନ୍ନୟନ କମିଟି ର ସଭାପତି ଭଦରେଶ୍ୱର ପାତ୍ର,ଉପ ସଭାପତି ଘନଶ୍ୟାମ ନାଏକ,ସଦସ୍ୟ ଗୋବିନ୍ଦ ପାଟ୍ଟଯୋଶୀ,ଚକାଡୋଳା ପାତ୍ର,ଘନଶ୍ୟାମ ନାଏକ,ବରିଷ୍ଠ ଶିକ୍ଷାବିଦ ଅଶୋକ କୁମାର ଦାସ,ବିଜେପି ନେତା ସୁଧୀର ପାତ୍ର, ଆମପାଣି ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ର,ଯୁବନେତା ତ୍ରିଭୁବନ ନାଏକ,ବରିଷ୍ଠ କଂଗ୍ରେସ ନେତା ନିମାଇଁ ଧ. ମାଝୀ ଓ ଅନ୍ୟ ସଚେତନ ନାଗରିକ ମାନେ ଉପସ୍ଥିତ ରହି ଗୁଡହାଣ୍ଡି ଡୋକାରିଚଞ୍ଚରା ହେଉଛି କଳାହାଣ୍ଡି ତଥା କୋକସରା ବ୍ଲକ ର ଗର୍ବ ଓ ଗୌରବମୟ ଇତିହାସ ବହନ କରୁଥିବା ସନାତନ ଧର୍ମାବଲମ୍ବୀ ଙ୍କ ପୀଠ ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମଣ୍ଡିତ ପର୍ଯ୍ୟଟନ ସ୍ଥଳୀ । ଏହି ବୈଭବମୟ ସ୍ଥାନ କୁ ଗୋଟିଏ ପଞ୍ଚାୟତ ମଧ୍ୟରେ ସୀମିତ କରା ନଯାଇ ବ୍ଲକ ର ୨୨ ପଞ୍ଚାଯତ ର ଜନ ପ୍ରତିନିଧି, ସଚେତନ ନାଗରିକ ଓ ଉପଖଣ୍ଡ ଓ ବ୍ଲକ ର ପ୍ରଶାସନିକ ଅଧିକାରୀ ଙ୍କୁ ଏହି କମିଟି ରେ ସ୍ଥାନିତ କରାଯିବା ପାଇଁ ସମସ୍ତେ ଆହ୍ଵାନ ଦେଇଥିଲେ।ଏହାଦ୍ବାରା ଏହି ପର୍ଯ୍ୟଟନ ସ୍ଥଳୀ ର ଭିତ୍ତିଭୂମି ର ବିକାଶ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଦିଗରେ ସହାୟକ ହେବ ବୋଲି ଉପସ୍ଥିତ ଜନ ପ୍ରତିନିଧି ଓ ସଚେତନ ନାଗରିକ ପ୍ରମୁଖ ମତବ୍ୟକ୍ତ କରିଥିଲେ । ପରିଶେଷରେ ସୁରକ୍ଷା କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
Leave A Reply

Your email address will not be published.