କୋଟପାଡ଼ରେ ଟ୍ରାଫିକ ସମସ୍ୟା ପରିଷଦର ଅବହେଳା ଯୋଗୁଁ ରାସ୍ତା କଡ଼ରେ ମାଛବିକ୍ରି

0 230

କୋରାପୁଟ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ସହର ରେ ଦିନ କୁ ଦିନ ଟ୍ରାଫିକ ସମସ୍ୟା ବଢି ଚାଲିଛି l ଗାନ୍ଧୀଛକ ଠାରୁ ଦୁଲପୁର ସାହି ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଚାରି ଚକିଆ ଯାନ ଦିନ ରାତି ପାର୍କିଙ୍ଗ ହୋଇ ରହୁଛି ଏବଂ ଦୁଲପୁର ସାହିରେ ଦୁଇଟି ବ୍ୟାଙ୍କ ଓ ଗୋଟିଏ ମନାପୁର ସ୍ୱର୍ଣ୍ଣ ବନ୍ଧକ ସଂସ୍ଥା ଯୋଗୁଁ ସବୁ ବେଳେ ଭିଡ଼ ଲାଗି ରାସ୍ତା ଜାମ ହେଉ ଥିବା ବେଳେ ଏମ ବଜାର ଖୋଲିବା ପାଇଁ ଏନ ଓ ସି ଆସିଲା କେଉଁ ଠାରୁ ବୋଲି ଜନ ସାଧାରଣ ରେ ଏକପ୍ରଶ୍ନ ବାଚି ସୃଷ୍ଟି ହୋଇଥିବା ଦେଖା ଦେଇଛି I ସୂଚନା ଅନୁଯାଇ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଦୀର୍ଘ ବର୍ଷ ଧରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା. ଏଲ ଆର ସି ବଣ୍ଟନ ରେ ଅନିୟମିତତା ହୋଇଥିବା କାହାରିକୁ ଅଛପା ନାହିଁ. ଏହା ବ୍ୟତୀତ ସେନିଟେସନ ରେ ତ ଖାଲି ଫୋଟ ଛାଡିବା ଛଡା ସଫେଇ ତ ସମେସ୍ତେ ସବୁଦିନ ଦେଖୁ ଛନ୍ତି I ପରିଷଦ ରେ କେତେ ଗାଡି ବ୍ୟବହାର ହେଉଛି ମନ ଇଚ୍ଛା ବିଲ  ଭାଉଚର ଚାଲିଛି. ଜନ ସାଧାରଣ ଙ୍କ ଟିକସ ଟଙ୍କା କୁ କିଭଳି ଅପ ବ୍ୟବହାର କରାଯାଉଛି ପୈତୃକ ସମ୍ପତି ଭଳି ତାହାର ଏକ ଉଚ୍ଚ ସ୍ତରୀୟ ତଦଣ୍ତ ର ଆବଶ୍ୟକତା ରହିଛି ବୋଲି ଟିକସ ଦାତା ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି.ମାନାପୁର ସ୍ବର୍ଣ୍ଣ ବନ୍ଧକ ଋଣ ସଂସ୍ଥା. ଏମ ବଜାର ସମେତ ଯେଉଁ ଦୁଇଟି ବ୍ୟାଙ୍କ ଦୁଲପୁର ସାହି ରେ ଚାଲୁଥିବା ଯୋଗୁଁ ପ୍ରତି ଦିନ ଟ୍ରାଫିକ ଜାମ ରହୁଛି.ସେ ସବୁ ର ବିଦ୍ୟୁତ ସଂଯୋଗ କାଗଜ ପତ୍ର ସହ ଏନ ଓ ସି ଏବଂ ଗୃହ ନିର୍ମାଣ କାଗଜ ପତ୍ର ଯାଞ୍ଚ କରାଗଲେ ପ୍ରକୃତ ରହସ୍ୟ ଲୋକ ଲୋଚନ କୁ ଆସି ପାରିବ ନ ଚେତ ଲୋକେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବାର ଜଣାଯାଇଛି. କାରଣ ଦୀର୍ଘ ବର୍ଷ ଧରି ନେତା ଅଫିସର ଏହି ପ୍ରଧାନ ସଡ଼କ ଦେଇ ଯିବା ଆସିବା କରୁଛନ୍ତି କିନ୍ତୁ ଆଜି ପର୍ଯନ୍ତ ଟ୍ରାଫିକ ସମାସ୍ୟ ବଢି ବାରେ ଲାଗିଛି କିନ୍ତୁ ସମାଧାନ ଶୂନ.କାର୍ଯାଳୟ ପଚେରୀ କାନ୍ଥ କୁ ଲାଗି ମାଛ ବ୍ୟବସାୟ ଚାଲିଛି ବାରମ୍ବାର ପରିଷଦ କତୃପକ୍ଷ ଙ୍କୁ ଅବଗତ କରିବା ପରେ ବି କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆ ଯାଇନାହିଁ I ତେଣୁ ପରିଷଦ ର ମହାଦୁର୍ନୀତି ବିରୁଦ୍ଧରେ 16.6.2017ମସିହା ରେ ପୂର୍ବତନ କାଉନ ସିଲର ବୃନ୍ଦ କାର୍ଯାଳୟ ସମୁଖରେ ଏକାଧିକ ଦିନ ଧର୍ମଘଟ ରେ ବସିଥିଲେ I କିନ୍ତୁ ତଦନ୍ତ, ତଦନ୍ତ ରେ ହି ଆଜି ପର୍ଯ୍ୟନ୍ତ ରହିଗଲା Iଦମୟନ୍ତୀ ସାଗର. ସହର ର କେତେକ ସ୍ମଶାନ. ଦେୱାନ ମୁଣ୍ଡା ସମେତ ସହର ର ଛୋଟ ବଡ଼ ମନ୍ଦିର ରେ ବିଭାଗିୟ ନିଥିପତ୍ର ଖୋଲି ଲାକ୍ଷା ଧିକ ଟଙ୍କା ଆତ୍ମ ସାତ ହୋଇଥିବା ମଧ୍ୟ ନଜିର ରହିଥିବା ବୁଦ୍ଧିଜୀବୀ ମହଲ ରେ ପ୍ରକାଶ ପାଇଛି. ଏଣୁ ଜ଼ିଲ୍ଲା ପ୍ରଶାସନ ତୁରନ୍ତ ହସ୍ତ କ୍ଷେପ କରି ଉଚିତ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବି ହେଉଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା.

Leave A Reply

Your email address will not be published.