ସାଲେପୁର ,କଟକ ସଦର ଅନ୍ତର୍ଗତ ଜନାର୍ଦ୍ଦନ ପୁର ଠାରେ କୈବର୍ତ୍ତ ମହାସଂଘ ର ଚୈତ୍ର ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ଏହି ପର୍ବୋତ୍ସବ ଅବସରରେ ଇଷ୍ଟଦେବୀମା ବାସୁଲେଇ ଙ୍କ ପୂଜାର୍ଚନା କାରାଯାଇ ପ୍ରତ୍ୟେକ କୈବର୍ତ୍ତ ପରିବାରରେ ଭୋଗ ନୈବେଦ୍ୟ ଅର୍ପଣକରି ଶ୍ରଦ୍ଧା ଭକ୍ତିର ସହ ଆନନ୍ଦ ଉଛ୍ଵାସ ରେ ପର୍ବ ପାଳନ କରାଯାଇଥିଲା | ଏହି ଉପଲକ୍ଷେ ଇଷ୍ଟ ଦେବଦେବୀ ଙ୍କ ନିକଟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ଆୟୋଜିତ ସଭାରେ କଟକ ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥିଭାବେ ଯୋଗଦେଇ କୈବର୍ତ୍ତ ମହାସଂଘ କାର୍ଯ୍ୟକ୍ରମ ର ଉଚ୍ଚ ପ୍ରଶଂସା କରିଥିଲେ |ଆଗାମୀ ଦିନରେ ସଂଘର ଦାବିଗୁଡିକ ପର୍ଯାୟ କ୍ରମେ ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ | ଏଥିରେ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ ଯୋଗ ଦେଇ ଥିବାବେଳେ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ,