ଭୁବନେଶ୍ୱର, : ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲା ଫୁଲବାଣୀର ଦାନି ଭିକ୍ଷୁକ ତୁଳା ମାଉସୀ । ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ଫୋଟ ଚିତ୍ରକୁ ସ୍ଥାନୀୟ ଅଞ୍ଚଳରେ ଢେର୍ ଚର୍ଚ୍ଚା ହେଉଛି । କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠା ଅର୍ଥାତ ଜାନୁଆରୀ ମାସ ପେଜରେ ତାଙ୍କର ଫଟୋ ରହିଛି । ଏହି କ୍ୟାଲେଣ୍ଡରକୁ ଗତ ୬ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି । ଯାହାକୁ ନେଇ ଦାନି ଭିକ୍ଷୁକ ତୁଳା ମାଉସୀ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ତାଙ୍କୁ ଏଥିପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ସେ ଏବେ ମଧ୍ୟ ମନ୍ଦିରରେ ବସି ଭିକ୍ଷା ମାଗୁଛନ୍ତି ଓ ଫୁଲବାଣୀରେ ଏକ ଭିକାରୀ ଆଶ୍ରମ ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ସୂଚନାରୁ ପ୍ରକାଶ, ଭିକ୍ଷୁକ ତୁଳା ମାଉସୀ ଭିକ ମାଗି ଜୀବନ ବ୍ୟାପୀ ଯାହା ସଞ୍ଚୟ କରିଥିଲେ । ସେଥିରୁ ଏକ ଲକ୍ଷ ଟଙ୍କା ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ । ତାଙ୍କର ଏହି ମହାନତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି ଯେତେବେଳେ ଫୁଲବାଣୀ ଗସ୍ତରେ ଆସିଥିଲେ, ସେହି ସମୟରେ ଭରା ସଭାରେ ତୁଳା ମାଉସୀଙ୍କୁ ମଞ୍ଚକୁ ଡାକି ମୁଣ୍ଡିଆ ମାରି ପ୍ରଣାମ କରିଥିଲେ । ଏପରିକି ତାଙ୍କୁ ସମ୍ମାନିତ କରିଥିଲେ । ସେହି ସମୟରେ ତୁଳା ମାଉସୀଙ୍କୁ ମଞ୍ଚକୁ ନେବାରେ ସହଯୋଗ କରିଥିଲେ ବିଜେପିର ବରିଷ୍ଠ ନେତା ରମେଶ ଚନ୍ଦ୍ର ମହାନ୍ତି ।
କେନ୍ଦ୍ର ସରକାରଙ୍କ କ୍ୟାଲେଣ୍ଡରରେ ସ୍ଥାନ ପାଇଲା ତୁଳା ବେହେରାଙ୍କ ଫଟୋ
Prev Post