କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

0 67

ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଶ୍ରୀ ଶାହଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ରାଜ୍ୟର ବିକାଶ ପାଇଁ ଆଇନଶୃଙ୍ଖଳା ଓ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଖାଲିଥିବା ପଦବି ଖୁବ୍ ଶୀଘ୍ର ପୂରଣ ହେବ । ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ଥିବା ୧୨,୦୦୦ରୁ ଊର୍ଦ୍ଧ୍ୱ ପଦବି ପୂରା ହେବ । ଗୃହ ବିଭାଗର ଅନେକ ପଦବି ଖାଲି ପଡ଼ିଛି । ଆମ ସରକାର ଆସିଲା ପରେ ତ୍ୱରିତ ପ୍ରକ୍ରିୟା ପଦବିଗୁଡ଼ିକ ପୂରଣ କରାଯିବ । ଏଥିରେ ଓଆଇଏସ୍‌ଏଫ୍‌, ଟ୍ରାଫିକ କନଷ୍ଟେବଳ, ହୋମଗାର୍ଡ ଆଦି ସାମିଲ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ କରିଛନ୍ତି । ନୂଆଦିଲ୍ଲୀରେ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଶିଳ୍ପପତିମାନଙ୍କ ସହିତ ଆଲୋଚନା କରିବା ସହ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି । ଏଥିସହ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ଜରିଆରେ ଆସିଥିବା ନିବେଶ ପ୍ରସ୍ତାବ ଓଡ଼ିଶାର ଶିଳ୍ପ ବିକାଶଧାରାକୁ ନୂଆ ଗତି ଦେବ ବୋଲି କହିଛନ୍ତି ।

Leave A Reply

Your email address will not be published.