କୃଷି ଓଡ଼ିଶା ୨୦୨୪ ଡିଜିଟାଲ ପଦକ୍ଷେପ ଜରିଆରେ କୃଷି ରୂପାନ୍ତରଣ

0 138

ଭୁବନେଶ୍ୱର,: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ବାର୍ଷିକ କୃଷିଭିତ୍ତିକ କାର୍ଯ୍ୟକ୍ରମ “କୃଷି ଓଡ଼ିଶା୨୦୨୪” ଆଜି ଭୁବ ।ନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡିଆରେ ଆରମ୍ଭ ହୋଇଛି । କୃଷିର ସଫଳତାକୁ ପାଳନ କରିବା ଏବଂ କୃଷି କ୍ଷେତ୍ରକୁ ଆଗକୁ ବଢେଇବା ନିମନ୍ତେ ଏହି ତିନି ଦିନିଆ କାର୍ଯ୍ୟକ୍ରମ କୃଷକ, କୃଷିସହ ସମ୍ପୃକ୍ତ ଅଂଶୀଦାର, ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ସଂସ୍ଥା ଓ ବିଶେଷଜ୍ଞଙ୍କୁ ଏକାଠି କରିଅଛି । ଉଦ୍ଘାଟନୀ ଦିବସର କାର୍ଯ୍ୟକଳାପର ଅଂଶବିଶେଷ ସ୍ୱରୂପ “ଡିଜିଟାଲ
ପଦକ୍ଷେପ ଜରିଆରେ କୃଷି ରୂପାନ୍ତରଣ” ଶୀର୍ଷକ ଏକ ଅଧିବେଶନ ଅପରାହ୍ନ ୦୪:୦୦ ରୁ ୦୫:୩୦ ଘଟିକା ମଧ୍ୟେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଦ୍ୱାରା କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଏବଂ ଏଥିରେ ଓଡ଼ିଶାର ଅଗ୍ରଣୀ ପ୍ରୟାସ ଉପରେ ଆଲୋକପାତ କରାଯାଇଥିଲା । ଏହି ଅଧିବେଶନର ଅଧ୍ୟକ୍ଷତା କରି ଓଡ଼ିଶାର କୃଷି ଓ ଖାଦ୍ୟ ଉତ୍ପାଦନ ନିଦେ୍ର୍ଦଶକ ପ୍ରେମ ଚନ୍ଦ୍ର ଚୌଧାରୀ,
କୃଷିର ଆଧୁନିକୀକରଣରେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ କୃଷକ ପଞ୍ଜିକରଣ ଏବଂ ଡିଜିଟାଲ ଫସଲ
ସର୍ବେକ୍ଷଣ ଉପରେ ଭାରତ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି କୃଷି ଡିଜିଟାଇଜେସନ୍ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବା ନିମନ୍ତେ ଦିଗଦର୍ଶନ ଦେଇଥିଲେ । ଏହା ପରେ, “ସମଗ୍ର” ସଂସ୍ଥାର କାର୍ଯ୍ୟ ସଞ୍ଚାଳକ ଶ୍ରୀ ଅନୟ ଗୋଗଟେ ଓଡ଼ିଶା କିପରି ସମନ୍ୱିତ
କୃଷି ତଥ୍ୟ ପ୍ରଣାଳୀ ପ୍ରତିଷ୍ଠା କରିଛି ତାହାକୁ ଉଦାହରଣ ମାଧ୍ୟମରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । କୃଷି କାର୍ଯ୍ୟକୁ ସରଳ କରିବା ପାଇଁ
ନିୟୋଜିତ ପ୍ରଯୁକ୍ତିବିଦ୍ୟା ଉପକରଣ ତଥା ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ଏବଂ ଅନ୍ୟାନ୍ୟ ବୈଷୟିକ – ସକ୍ଷମ ପଦକ୍ଷେପ
ବିଷୟରେ ବର୍ଣ୍ଣନା କରିଥିଲେଯାହା ଏଗ୍ରିଷ୍ଟାକ୍ ଭିଜନ୍ କାର୍ଯ୍ୟକାରୀ କରିବାରେ ରାଜ୍ୟକୁ ଅଗ୍ରଣୀ ଭାବରେ ଅବସ୍ଥାପିତ କରିଅଛି । ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ କମର୍ସ (ଓ. ଏନ୍. ଡି. ସି.)ରୁ ରବି ଶଙ୍କର, ଭାଇସ ପ୍ରେସିଡେଣ୍ଟ (ଏଗ୍ରିକଲଚର) ଏକ ଖୋଲା ଏବଂ ଆନ୍ତଃଚାଳିତ ନେଟୱାର୍କ ମାଧ୍ୟମରେ କୃଷକମାନଙ୍କୁ ସେବା ପ୍ରଦାନ କରିବାକୁ ଘରୋଇ ସଂସ୍ଥାମାନଙ୍କୁ ସକ୍ଷମ କରି କୃଷିଇକୋସିଷ୍ଟମକୁ ପରିବର୍ତ୍ତନ କରିବାର ସମ୍ଭାବନା ବିଷୟରେ ବର୍ଣ୍ଣନା କରିଥିଲେ । କୃଷି-ମୂଲ୍ୟ ଶୃଙ୍ଖଳାରେ ନବସୃଜନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବାରେ ଓଏନଡିସିର ଭୂମିକା ଉପରେ ସେ ଆଲୋକପାତ କରିଥିଲେ । ନିଞ୍ଜା କାର୍ଟ ରୁ ପବ୍ଲିକ ପଲିସି ଏବଂ ସରକାରୀ ସମ୍ପର୍କ ମୁଖ୍ୟ ସେନ୍ଥିଲ କୁମାର ନଟରାଜନ ବଜାର ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଏକ ଓପେନ ଡାଟା ଇକୋସିଷ୍ଟମର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଏକ ଅଧିକ ଦକ୍ଷ କୃଷି ବଜାର ସୃଷ୍ଟି ଓଉଭୟ ଯୋଗାଣ ଏବଂ ଚାହିଦାକୁ ଏକତ୍ର କରିକିପରି ମାନକ ତଥ୍ୟ ଏବଂ ବିଶ୍ୱାସ ପ୍ରଣାଳୀ ଘରୋଇ ସଂସ୍ଥାମାନଙ୍କୁ ବିପଣନସୁଗମ କରିବା ଦିଗରେ ସକ୍ଷମ କରିପାରିବ, ତାହା ସେ ବର୍ଣ୍ଣନା କରିଥିଲେ । କୃଷି କ୍ଷେତ୍ରରେ ଉନ୍ନତ ପ୍ରଯୁକ୍ତିର ବ୍ୟବହାର ବିଷୟରେ ଅଧିକ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ କୁମାରଜିତ ମଜୁମଦାର, ନିଦେ୍ର୍ଦଶକ, ଏଂଟରପ୍ରାଇଜ୍ ସଲ୍ୟୁସନ୍ସ, ସ୍ୟାଟସିଓର ।ସେ ବର୍ଣ୍ଣନା କରିଥିଲେ ଯେ କିପରି କ୍ଷେତ୍ର ବିଶ୍ଳେଷଣ ଦ୍ୱାରା ଉତ୍ପାଦନ ମାପ,ବିପଣନ ଅପ୍ଟିମାଇଜେସନ୍, ବୀମା ଦାବି ଏବଂ କୃଷକମାନଙ୍କ ପାଇଁ ଋଣ ପ୍ରାପ୍ତି ସମ୍ଭବ ହୋଇପାରିବ । ସେ ମଧ୍ୟ ଉତ୍ତର ପ୍ରଦେଶରେ ଏଗ୍ରିଷ୍ଟାକ ସମ୍ପାଦନ ଦିଗରେ ସ୍ୟାଟସିଓର ଅନୁଷ୍ଠାନର ଭୂମିକା ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଓଡ଼ିଶାର ଜଣେ ପ୍ରଗତିଶୀଳ ମହିଳା କୃଷକ ସୁଶ୍ରୀ ସଙ୍ଗୀତା ଦାଶଙ୍କ ଏକ ଶକ୍ତିଶାଳୀ ବାସ୍ତବ ଦୃଷ୍ଟିକୋଣ ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ଡିଜିଟାଲ୍ ପଦକ୍ଷେପ କିପରି କୃଷକମାନଙ୍କୁ ଲାଭ ବିତରଣରେ ଉନ୍ନତି ଆଣିଛି ସେ ବିଷୟରେ ସେ ବାସ୍ତବ ଉଦାହରଣ ପ୍ରତିପାଦନ କରିଥିଲେ ଏବଂ ବିଲ୍ ଗେଟ୍ସଙ୍କ ଓଡ଼ିଶା ଗସ୍ତ ସମୟରେ ତାଙ୍କ ବାର୍ତ୍ତାଳାପ ବିଷୟରେ ବର୍ଣ୍ଣନା କରିଥିଲେ, ଯାହା କୃଷି ପରିବର୍ତ୍ତନରେ ରାଜ୍ୟର ନେତୃତ୍ୱକୁ ଆହୁରି ରେଖାଙ୍କିତ କରିଥିଲା । କୃଷି ସହିତ ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ଓଡ଼ିଶାର ପ୍ରତିବଦ୍ଧତା କେବଳ ଅନ୍ୟ ରାଜ୍ୟ ପାଇଁ ଏକ ମାନଦଣ୍ଡ ସ୍ଥିର କରେ ନାହିଁ, ବରଂ ଏକ ଡିଜିଟାଲ୍ କୃଷି ଇକୋସିଷ୍ଟମ ପାଇଁ ଭାରତ ସରକାରଙ୍କ
ଦୃଷ୍ଟିକୋଣ ସହିତ ମଧ୍ୟ ସୁସଂଗତ ରହିଅଛି । ଏଭଳି ଯୁଗାନ୍ତକାରୀ ପଦକ୍ଷେପ ରାଜ୍ୟ କୃଷକମାନଙ୍କୁ ସଶକ୍ତ କରିବା ଏବଂ ଏହି କ୍ଷେତ୍ରରେ ସମାବେଶୀ ଅଭିବୃଦ୍ଧିକୁ ଆଗେଇ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

Leave A Reply

Your email address will not be published.