କିସ୍‌ର ୩ ବିଶ୍ୱ ବିଜୟୀଙ୍କୁ ଅଭିନନ୍ଦନ ଜଣାଇଲେ ଅଚ୍ୟୁତ ସାମନ୍ତ

0 82

ଭୁବନେଶ୍ୱର,: ପାରମ୍ପରିକ କ୍ରୀଡ଼ା ଖୋଖୋରେ କିସ୍‌ ବିଶ୍ୱବିଦ୍ୟାଳୟର ୩ ଖେଳାଳି ପାବନି ଶବର, ଶୁଭଶ୍ରୀ ସିଂହ ଓ
ମାଗାଇ ମାଝି ଇତିହାସ ରଚିଛନ୍ତି । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ପ୍ରଥମ ଖୋ ଖୋ ବିଶ୍ୱକପରେ ଉଭୟ ପୁରୁଷ ଓ ମହିଳାରେ ଆୟୋଜକ ଭାରତ ବିଜେତା ହୋଇଛି । ଏଥିରେ ପୁରୁଷ ବର୍ଗରେ କିସ୍ ଛାତ୍ର
ପାବନି ଶବର ସାମିଲ ହୋଇଥିବା ବେଳେ ମହିଳା ଦଳରେ ଶୁଭଶ୍ରୀ ସିଂହ ଓ ମାଗାଇ ମାଝି ସାମିଲ ହୋଇଥିଲେ । ଏହା ଦ୍ୱାରା ଭାରତ ସହ ଓଡ଼ିଶା କ୍ରୀଡ଼ା ଇତିହାସରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିହୋଇଛି । କିସ୍ ଛାତ୍ରଛାତ୍ରୀଙ୍କ
ଏହି ସଫଳତାର ଖବର ପାଇବା ପରେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କିଟ୍ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦିଲ୍ଲୀ ପହଞ୍ଚିଥିଲେ । ତିନି ବିଶ୍ୱ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ କେବଳ କିସ୍‌ ନୁହେଁ, ଓଡ଼ିଶା, ଭାରତ ଏବଂ ସମଗ୍ର ଜନଜାତିଙ୍କ ପାଇଁ ଗର୍ବ ଓ ଗୌରବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି । ଭାରତ ବିଜୟୀ ହେବା ପରେ ଭାରତୀୟ ଦଳର ଏହି ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ ଯୋଗେ ଶୁଭେଚ୍ଛା ଜଣାଇ ଥିବାରୁ ଶ୍ରୀ ସାମନ୍ତ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ସଫଳତା ଲାଗି ଖେଳାଳିମାନେ ଶ୍ରୀ ସାମନ୍ତ ଓ କିସ୍‌କୁ ଏହାର ଶ୍ରେୟ ଦେଇଛନ୍ତି । ବାଲେଶ୍ୱର ନୀଳଗିରି ଅଞ୍ଚଳର ଶୁଭଶ୍ରୀ ଓ ରାୟଗଡ଼ା କାସନଦରର ମାଗାଇ ୨୦୧୩ରୁ ଖୋଖୋ
ଖେଳିବା ଆରମ୍ଭ କରିଥିଲେ । ସେହିପରି ଗଜପତି ଜିଲ୍ଲାରୁ ଆସି କିସ୍‌ରେ ପଢ଼ୁଥିବା ପାବନି ପାଠ ପଢ଼ା ସହ ଖୋ ଖୋ ରେ ନିଜର ରୁଚି ରଖିଥିଲେ ।

Leave A Reply

Your email address will not be published.