କଳାହାଣ୍ଡି ଉତ୍ସବରେ ବେଦାନ୍ତ ଲାଞ୍ଜିଗଡ଼ ଷ୍ଟଲ

0 79

କଳାହାଣ୍ଡି,: ୨୭ତମ କଳାହାଣ୍ଡି ଉତ୍ସବ-ଘୁମୁରା ୨୦୨୫ରେ ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଷ୍ଟଲ୍ ସ୍ଥାପନ କରାଯାଇଥିଲା । ସେଥିରେ ପ୍ରୋଜେକ୍ଟ ଆଦିକଳାର ହାତତିଆରି ସାମଗ୍ରୀଗୁଡ଼ିକୁ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରକଳ୍ପ ସଉରା ଓ ଢୋକ୍ରା ଭଳି ପୁରାତନ କଳାର ପୁନରୁଦ୍ଧାର କରି ୨୦୦ରୁ ଅଧିକ ଗ୍ରାମୀଣ ପରିବାରକୁ ସଶକ୍ତ କରିଛି । ଏଥିରେ ବେଦାନ୍ତର ପ୍ରୋଜେକ୍ଟ ସଖୀ ଅଧୀନରେ ୪୦୦୦ରୁ ଅଧିକ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଘରୋଇ ଜେବିକ ଉତ୍ପାଦ ଓ କଳାଗୁଡ଼ିକୁ ପ୍ରଦର୍ଶନ କରାଯାଇଛି । ବକ୍ସାଇଟ୍‌ରୁ କିଭଳି ଆଲୁମିନିୟମ ତିଆରି ହୁଏ ତାହା ମଧ୍ୟ ଲୋକଙ୍କୁ ଅବଗତ କରାଯାଇଥିଲା । ବେଦାନ୍ତ ଷ୍ଟଲ୍‌କୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଓ ଜିଲ୍ଲାପାଳ ସଚିନ ପାୱାର ଉଦ୍‌ଘାଟନ କରିଥିଲେ । ସାଂସଦ ଶ୍ରୀମତୀ ଦେବୀ ଘୁମୁରା ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ଉତ୍ସବ ବୋଲି କହିଥିଲେ । ଜିଲ୍ଲାପାଳ ଶ୍ରୀ ପାୱାର ଏହା ଆମ ଅଞ୍ଚଳର କାଳଜୟୀ ଐତିହ୍ୟ ଓ ସାମୂହିକ ଭାବନାର ଉତ୍ସବ ବୋଲି କହିଥିଲେ । ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଥିଲେ ଯେ ଏହି ଭବ୍ୟ ଉତ୍ସବର ଅଂଶ ହୋଇ ଆମେ ଗର୍ବ ଅନୁଭବ କରୁଛୁ । ଏହି ଉତ୍ସବ ପ୍ରଗତି ଓ ପରମ୍ପରାର ସମ୍ପୂର୍ଣ୍ଣ ସମନ୍ୱୟକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ ।

Leave A Reply

Your email address will not be published.