କଫି ବୋର୍ଡ଼ ଚେୟାରମ୍ୟାନଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଆଲୋଚନା

0 127

ଭୁବନେଶ୍ୱର,: ବୁଧବାର ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ କଫି ବୋର୍ଡ ଚେୟାରମ୍ୟାନ ଏମଜେ ଦିନେଶ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼.ଅରବିନ୍ଦ କୁମାର ପାଢୀ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଓଡ଼ିଶାର କୋରାପୁଟ ଜିଲ୍ଲାରେ ପ୍ରାକୃତିକ ପରିବେଶରେ ବର୍ତ୍ତମାନ ବିଭିନ୍ନ ସ୍ୱାଦର କଫି ଚାଷ କରାଯାଉଛି । ଏହାର ସ୍ୱାଦ ଓ ଗୁଣବତ୍ତା ଦୃଷ୍ଟିରୁ ଲୋକଙ୍କ ଦ୍ୱାରା ଖୁବ ଆଦୃତ ହେଉଛି ଏବଂ ଏବେ ବୈଶ୍ୱିକ କଫି ମାନଚିତ୍ରରେ ଓଡ଼ିଶାର କୋରାପୁଟ କଫି ସ୍ଥାନ ପାଇପାରିଛି । କେବଳ କୋରାପୁଟ ନୁହେଁ ବର୍ତ୍ତମାନ ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝରରେ ମଧ୍ୟ କଫି ଚାଷ କରାଯାଉଛି । ଏସବୁର ବଜାର
ସଂଯୋଗୀକରଣ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ କଫି ବୋର୍ଡ଼ ଚେୟାରମ୍ୟାନ ଶ୍ରୀ ଦିନେଶ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ଆଲୋଚନା କରିଥିଲେ । କଫିର ଉତ୍ପାଦନ ବୃଦ୍ଧି, ଭିତ୍ତିଭୂମି ବିକାଶ ଓ ଅଧିକ ସଂଖ୍ୟକ ଆଉଟଲେଟ ଖୋଲିବା ଉପରେ ଶ୍ରୀ ସିଂହଦେଓ ଗୁରୁତ୍ୱାରୋପ କରିଥିଲେ । ଉପହାର ସ୍ୱରୂପ ଏକ କଫି ପ୍ୟାକେଟ ଓ କଫି ତଥ୍ୟ ସମ୍ବଳିତ ଏକ ପୁସ୍ତକ ଶ୍ରୀ ସିଂହଦେଓଙ୍କୁ ପ୍ରଦାନ କରିଥିଲେ । ଏହି ସାକ୍ଷାତକାର ସମୟରେ କଫି ବୋର୍ଡ଼ ଯୁଗ୍ମ ନିର୍ଦ୍ଦେଶକ ଶିବକୁମାର ସ୍ୱାମୀ, ଓଡ଼ିଶାର ନୋଡ଼ାଲ ଅଫିସର ଉପେନ୍ଦ୍ର କୁମାର ଶାହା, କଫି ବୋର୍ଡ଼ ସଦସ୍ୟ ମନୋଜ ଦୁବେ, ପିଆରଏମ ରବିଚନ୍ଦ୍ରନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.