ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ

0 83

ଭୁବନେଶ୍ୱର: ତା.୨୯.୧୨.୨୦୨୪- ଆଜି ଓଡିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘ ର ପ୍ରଥମ ବାର୍ଷିକ ସାଧାରଣ ଅଧିବେଶନ ଭୁବନେଶ୍ୱର ରୋଟାରୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରିୟଦର୍ଶନ ପୃଷ୍ଟି ସ୍ଵାଗତ ଭାଷଣ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପରେ ପରେ ସଂଘର ସାଧାରଣ ସମ୍ପାଦକ ଶ୍ରୀ କହ୍ନେଇ ମୋଦି ସଂଗଠନ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କର୍ମଚାରୀ ନେତା ତଥା ସମାଜସେବୀ ଶ୍ରୀ ପ୍ରଭାତ କୁମାର ମହାନ୍ତି ଯୋଗ ଦେଇ ବିଦ୍ୟୁତ୍ କ୍ଷେତ୍ର ରେ ପ୍ରଶାସନିକ କର୍ମଚାରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଅବଦାନ ବିଷୟରେ ଆଲୋକପାତ କରିଥିଲେ | ସଂଗଠନର କର୍ମକର୍ତ୍ତା ମାନେ କିପରି ସେମାନଙ୍କର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ହୋଇପାରିବେ ସେ ବିଷୟ ରେ ବିଶଦ ଆଲୋଚନା କରିଥିଲେ । ଶ୍ରୀ ମହାନ୍ତି କହିଥିଲେ ଯେ ବିଦ୍ୟୁତ୍ କ୍ଷେତ୍ର ରେ କାର୍ଯ୍ୟରତ ପ୍ରଶାସନିକ କର୍ମଚାରୀ ମାନଙ୍କ ସଂଖ୍ୟା ଅଧିକ ନହେଲେ ବି ସେମାନଙ୍କର ବିଦ୍ୟୁତ୍ କ୍ଷେତ୍ର ପ୍ରତି ଅବଦାନ କିଛି କମ୍ ନୁହେଁ, ବିଭିନ୍ନ ନୀତି ନିୟମ ର ଅନୁପାଳନ ଠାରୁ ଆରମ୍ଭ କରି କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ଟେକ୍ନୋଲୋଜିର ପ୍ରସାର ରେ ପ୍ରଶାସନିକ କର୍ମଚାରିଙ୍କ ବଳିଷ୍ଠ ଭୂମିକା ଅଛି | ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ତଥା ସମ୍ବାଦର ସହ ସମ୍ପାଦକ ଶ୍ରୀ ରାଜେଶ କୁମାର ନାୟକ ଗଣତନ୍ତ୍ରରେ ବିଭିନ୍ନ ସଂଗଠନର ଆବଶ୍ୟକତା ଓ ଦାଇତ୍ୱ ବିଷୟରେ ଆଲୋଚନା କରିଥିଲେ ଏବଂ ବିଦ୍ୟୁତ୍ ସେବା କ୍ଷେତ୍ର ରେ ଥିବା ପ୍ରଶାସନିକ କର୍ମଚାରୀ ମାନଙ୍କ ବଳିଷ୍ଠ ଅବଦାନ ପାଇଁ ପ୍ରଶଂସା ବ୍ୟକ୍ତ କରିଥିଲେ | ଏଥି ସହିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ଏବଂ ନୂତନ ଭାବେ ଯୋଗ ଦେଇଥିବା କର୍ମଚାରୀ ମାନଙ୍କୁ ସ୍ଵାଗତ କରାଯାଇଥିଲା | ପରିଶେଷରେ ସଂଗଠନ ର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ସୁମିତ କୁମାର ଦାସ ସଭାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ଅଭିଷେକ ପ୍ରଧାନ ଏବଂ ମୋନାଲିସା ବେହେରା ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ସଂଗଠନର ବରିଷ୍ଠ କର୍ମକର୍ତ୍ତା ଯଥା ସୂର୍ଯ୍ୟକାନ୍ତ ବରାଳ, ରଘୁନାଥ ହେମ୍ବ୍ରମ, ଦେବିପ୍ରସାଦ ଜେନା, ଦିପ୍ତିକର ମାଝୀ, ପ୍ରୀୟଞ୍ଜନା ପଣ୍ଡା, କରିଶ୍ମା ପ୍ରଧାନ, ଐଶ୍ୱର୍ୟା ରାୟ, ମୋନିକା ଜେନା, ପ୍ରିୟନାଥ ମହାନ୍ତି, ସୁନିଲ କୁମାର ପରିଚ୍ଛା, ମହେଶ୍ୱର ମୁର୍ମୁ, ଶିବ ଶଙ୍କର ସାହୁ, ସୌରଭ କୁମାର ପ୍ରଧାନ, ସନ୍ତୋଷ ମହାପାତ୍ର ଏବଂ ଜିତ ରଞ୍ଜନ ମଲ୍ଲିକ ଆଦି ପରିଚାଳନା କରିଥିଲେ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.