ଭୁବନେଶ୍ୱର,: ଓଡ଼ିଶାକୁ ବିଶ୍ୱର ଏକ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ କରିବାରେ ବେଦାନ୍ତ ଆଲୁମିନିୟମ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଏ ସମ୍ପର୍କରେ ବେଦାନ୍ତ ଆଲିମିନିୟମ୍ର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଛନ୍ତି ଯେ ଓଡ଼ିଶାରେ ଆମ ଯାତ୍ରା ପରିବର୍ତ୍ତନଶୀଳଠାରୁ କିଛି କମ୍ ନୁହେଁ । ଆମର ବିଭିନ୍ନ ପଦକ୍ଷେପ ଜରିଆରେ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତକୁ ରୂପ ଦେବା ପାଇଁ ଆମେ ଗଭୀର ଭାବେ ପ୍ରତିବଦ୍ଧ ରହିଛୁ । ଏକ ଲକ୍ଷ କୋଟି ଟଙ୍କାର ନୂଆ ନିବେଶ ଭାରତର ଶିଳ୍ପ ବିପ୍ଳବର ନେତୃତ୍ୱରେ ନେବାରେ ରାଜ୍ୟର ସାମର୍ଥ ଉପରେ ଆମ ସ୍ଥାୟୀ ବିଶ୍ୱାସର ପ୍ରମାଣ ବୋଲି ସେ କହିଛନ୍ତି । ଝାରସୁଗୁଡ଼ାରେ ବେଦାନ୍ତର ୧୮ ଲକ୍ଷ ଟନ୍ ସ୍ମେଲଟର ଓ କଳାହାଣ୍ଡିର ଲାଞ୍ଜିଗଡ଼ରେ ଏକ ୩.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ବିଶୋଧନାଗାର ରହିଛି । ବିଭିନ୍ନ ଜିଲ୍ଲାରେ କମ୍ପାନିର ଖଣି କାର୍ଯ୍ୟ ୧୦,୦୦୦ ନିଯୁକ୍ତି ସୃଷ୍ଟିର କ୍ଷମତା ରଖିଛି । ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ମିଳିତ ଭାବେ ଏହାର ଅବଦାନ ୪ ପ୍ରତିଶତ ରହିଛି । ଚଳିତ ବର୍ଷ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ବେଦାନ୍ତର ମୁଖ୍ୟ ଅନୀଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଝାରସୁଗୁଡ଼ାରେ ୩ ନିୟୁତ ଟନ୍ର ଆଲୁମିନିୟମ କାରଖାନା ଓ ଏକ ଆଲୁମିନିୟମ ପାର୍କ ସ୍ଥାପନ ନେଇ ରାଜିନାମା ହୋଇଥିଲା । ଏହା ବ୍ୟତୀତ କମ୍ପାନି ଓଡ଼ିଶାରେ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି, ତ୍ରୁଣମୂଳ କ୍ରୀଡ଼ା ଓ ସାଂସ୍କୃତିକ ବିକାଶ ପ୍ରତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଦାନ ଦେଉଛି ।