ଓଡ଼ିଆ ଭାଷାର ଅସ୍ମିତା ଅକ୍ଷୂର୍ଣ୍ଣ ରଖି ବିଶ୍ୱ ଦରବାରରେ ଏହାକୁ ପ୍ରତିଷ୍ଠିତ କରିବା ସଙ୍କଳ୍ପକୁ ଆହୁରି ଦୃଢ଼ କରିବା

0 119

ଭୁବନେଶ୍ୱର, : ଫେବୃଆରୀ ୨୧ ତାରିଖ ଅର୍ଥାତ୍‌ ଅନ୍ତର୍ଜାତୀୟ ମାତୃଭାଷା ଦିବସ । ପ୍ରତ୍ୟେକ ବର୍ଷ ଏହି ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ । ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଗତ ୨୦୦୦ ମସିହାରେ ଜାତିସଂଘ ଅନ୍ତର୍ଜାତୀୟ ମାତୃଭାଷା ଦିବସ
ପାଳନ କରିବାକୁ ଘୋଷଣା କରିଥିଲା । ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଓଡ଼ିଆ ଭାଷାର ଅସ୍ମିତା ଅକ୍ଷୂର୍ଣ୍ଣ ରଖି ବିଶ୍ୱ ଦରବାରରେ ଏହାକୁ ପ୍ରତିଷ୍ଠିତ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । \”ଏକ୍ସ\’ରେ ସେ ଲେଖିଛନ୍ତି, \”ମାତୃଭାଷା ହିଁ ଆମ ହୃଦୟର ଭାଷା, ମା\’ ମାଟିର ମହକ ଓ ପରିଚୟ । ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଆସନ୍ତୁ, ଆମ ଗୌରବମୟ ଓଡ଼ିଆ ଭାଷାର ପ୍ରସିଦ୍ଧି ଓ ଅସ୍ମିତା ଅକ୍ଷୁର୍ଣ୍ଣ ରଖି ଏହାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ନେଇ ସଙ୍କଳ୍ପକୁ ଆହୁରି ଦୃଢ଼ କରିବା ।

Leave A Reply

Your email address will not be published.