ଏକାଧିକ ଫାର୍ମାସିଷ୍ଟ ଧାରଣା ରେ ବସିଛନ୍ତି

0 109

ଆଠ ଦିନ ହେଲା ଧାରଣାରେ ବସିଛୁ ,କେହି ବି ଆମ କଥା ଶୁଣୁ ନାହାଁନ୍ତି , ଚାକିରୀ ଥିଲା ବେଳେ ସେହି ଦରମାରେ ପରିବାର ଚଳୁଥିଲୁ କିନ୍ତୁ ଏବେ ଟଙ୍କା ନାହିଁ କହି ଚାକିରିରୁ କାଢି ଦେଇଛନ୍ତି ।ଯଦି ଦଶ ଦିନ ଭିତରେ ପ୍ରଶାସନ ଆମର ଦାବି ପାଇଁ ପ୍ରସ୍ତୁତ ନୁହଁନ୍ତି ତେବେ ଆଗକୁ ରାଜ ରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବୁ କହିଛନ୍ତି ଚାକିରିରୁ ବାଦ ଦିଆଯାଇଥିବା ଫାର୍ମାସିଷ୍ଟ କର୍ମଚାରୀ । ସୂଚନା ଥାଉକି ଆଜିକୁ ଆଠ ଦିନ ହେବ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି କର୍ମଚାରୀ ମାନେ ଧାରଣାରେ ବସିଛନ୍ତି ।ପୁନଃ ନିଯୁକ୍ତି କରାଯାଉ ବୋଲି ଦାବି ଏହି ଧାରଣା ଦିଆଯାଇଛି । ଆଠ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ଆଲୋଚନା ପାଇଁ ମଧ୍ୟ ନ ଆସିବା ଦୁଃଖର ବିଷୟ ବୋଲି କହିଛନ୍ତି ଧାରଣାରେ ବସିଥିବା କର୍ମଚାରୀ । ବର୍ଷେ ତଳେ ନିଯୁକ୍ତି ଦେଲେ ,ଟଙ୍କା ନାହିଁ କହି କାଢ଼ିଦେବା ଠିକ ହୋଇ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.