ଉପ ମୁଖ୍ୟମନ୍ତ୍ରୀ ଓ ମନ୍ତୀ ଙ୍କୁ ଜ଼ିଲ୍ଲା ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

0 115

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ମନ୍ତ୍ରୀ ମଣ୍ଡଳ ର ଉପ ମୁଖ୍ୟ ମନ୍ତ୍ରୀ ଏବଂ ମନ୍ତ୍ରୀ ମାନଙ୍କୁ ପ୍ରଭାରୀ ମନ୍ତ୍ରୀ ଭାବେ ବିଭିନ୍ନ ଜିଲ୍ଲା ର ଦାୟିତ୍ୱ ଦେଇଛନ୍ତି l କଟକ ଏବଂ ଜଗତସିଂହପୁର ଜ଼ିଲ୍ଲା ଦାୟିତ୍ୱ ରେ କନକ ବର୍ଦ୍ଧନ ସିଂଦେଓ, ବାଲେଶ୍ୱର ଏବଂ ଭଦ୍ରକ ଜ଼ିଲ୍ଲା ଦାୟିତ୍ୱରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସୁନ୍ଦରଗଡ଼ ଓ ଦେବଗଡ଼ ଦାୟିତ୍ୱ ରେ ମନ୍ତ୍ରୀ ସୁରେଶ ପୂଝlରୀ, ସୋନପୁର ଓ ବଲାଙ୍ଗୀର ମନ୍ତ୍ରୀ ରବି ନାରାୟଣ ନାୟକ,ଅନଗୁଳ ଓ ସମ୍ବଲପୁର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଗଞ୍ଜାମ ଓ ଗଜପତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଝାରସୁଗୁଡା ସମ୍ବଲପୁର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ, ରାୟଗଡା ଓ ନବରଙ୍ଗପୁର ଦାୟିତ୍ୱ ରେ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବୌଦ୍ଧ ଓ କନ୍ଧମାଳ ଜ଼ିଲ୍ଲା ଦାୟିତ୍ୱ ରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର,କଳାହାଣ୍ଡି, ନୂଆପଡା ଦାୟିତ୍ୱ ରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯାଜପୁର, କେନ୍ଦ୍ରାପଡା ଜ଼ିଲ୍ଲା ଦାୟିତ୍ୱ ରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଖୋର୍ଦ୍ଧା, ନୟାଗଡ଼ ଜ଼ିଲ୍ଲା ଦାୟିତ୍ୱ ରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, କୋରାପୁଟ, ମାଲକାନଗିରି ଜ଼ିଲ୍ଲା ଦାୟିତ୍ୱ ରେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଏବଂ ଢେଙ୍କାନାଳ ଓ ପୁରୀ ଜ଼ିଲ୍ଲା ଦାୟିତ୍ୱ ରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ରହିଥିବା କୁହାଯାଇଛି l

Leave A Reply

Your email address will not be published.