ଆହ୍ୱାନ ସ୍ଥିତିରେ ସଂସ୍କାର ଉପରେ ଫୋକସ

0 98

ଭୁବନେଶ୍ୱର, : ମହାମାରୀ ପରେ ଭୂରାଜନୈତିକ ସଙ୍କଟ ଯୋଗୁ ସାରା ବିଶ୍ୱ ଏକ ଆହ୍ୱାନ ସ୍ଥିତି ଦେଇ ଗତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଏଭଳି ସ୍ଥିତିରେ ସଂସ୍କାର ପ୍ରକ୍ରିୟାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର କହିଛନ୍ତି । ନୂଆଦିଲ୍ଲୀରେ ବିଜେନେସ୍ ଷ୍ଟାଣ୍ଡାର୍ଡ ମନ୍ଥନ ସମିଟ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମିଶ୍ର କହିଲେ, କୋଭିଡ ୧୯, ରୁଷ ୟୁକ୍ରେନ ଯୁଦ୍ଧ ଏବଂ ପଶ୍ଚିମ ଏସିଆ ସଙ୍କଟ ସବୁ କିଛିକୁ ଭାରତ ବେଶ ଦୃତାର ସହ ସାମ୍ନା କରିବା ସହ ଏବେ ଆତ୍ମନିର୍ଭର ରାସ୍ତାରେ ଅଗ୍ରସର । ଭାରତୀୟ ଅର୍ଥନୀତି ସାମ୍ନାରେ ଯୁଦ୍ଧ କେବଳ ଏକ ଆହ୍ୱାନ ଭାବେ ଛିଡ଼ା ହୋଇନି । ବିଶ୍ୱ ଯୋଗାଣ ଶୃଙ୍ଖଳରେ ସମସ୍ୟା ଏବଂ
ଏନର୍ଜି ଟ୍ରାଞ୍ଜିସନ ଭଳି ଅନେକ ଆହ୍ୱାନ ରହିଛି । କୋଭିଡ ମହାମାରୀକୁ ଦେଶ ଦୃଢ଼ ଭାବେ ମୁକାବିଲା କରିଥିଲା । ସଂସ୍କାର ପଦକ୍ଷେପ ସହ
ପ୍ରୋତ୍ସାହନ ପ୍ୟାକେଜ ଦ୍ୱାରା ଅର୍ଥନୀତିକୁ ପୁଣି ଥରେ ଟ୍ରାକକୁ ଆଣିବାରେ ଏହା ବିଶେଷ ଭାବେ ଯୋଗଦାନ ଦେଇଥିଲା । ଏବେ ଆମେରିକାର ବିଭିନ୍ନ ବାଣିଜ୍ୟିକ କଟକଣାକୁ ନେଇ ଶ୍ରୀ ମିଶ୍ର କହିଲେ, ଦେଶ କିଭଳି ନୀତିଗତ ପଦକ୍ଷେପ ଗ୍ରହଣ କରୁଛି ଏବଂ ବିଶ୍ୱ ସହ କିଭଳି ନିଜକୁ ଖାପ ଖୁଆଇବା ଦିଗରେ କୌଶଳ ଆପଣାଉଛି ତାହା ଜରୁରୀ । ଏ ଦିଗରେ ୟୁକେ ଏବଂ ଆମେରିକା ସହ ଦେଶ ଆଲୋଚନା କରୁଛି । ଏହା
ଦ୍ୱାରା ନିଶ୍ଚିତ ପକ୍ଷେ ଦେଶ କିଛି ନିର୍ଯ୍ୟାସ ପାଇବ । ଆମ ବ୍ୟବସ୍ଥା କେବଳ ଦୃଢ଼ ନ ହୋଇ ଆହ୍ୱାନ ସ୍ଥିତିରେ ଏହା ଯେଭଳି ପ୍ରଭାବିତ ନ ହେବ ତାକୁ ମଧ୍ୟ ଧ୍ୟାନ ଦେବାକୁ ହେବ । ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ବେଶ ଉତ୍ସାହଜନକ ରହିଥିଲା । ଏହା ଦ୍ୱାରା ବାଣିଜ୍ୟିକ ସହଯୋଗ ଏବଂ ଦେଶ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ଏବେ ଦ୍ୱିପାକ୍ଷୀକ କିମ୍ବା ଆଞ୍ଚଳିକ ଚୁକ୍ତିରେ ସୀମିତ ନ ରହି ଏକାଧିକ ଦେଶ ସହ ସମ୍ପର୍କ ଦୃୀକରଣ
କରିବାର ଆବଶ୍ୟକତା ରହିଛି । ତେବେ ଭାରତ ବଜାରର ବୃହତ ଚାହିଦା, ଭୌଗୋଳିକ ସ୍ଥିତି, ଦୃଢ଼ ଡିଜିଟାଲ ପବ୍ଲିକ ଭିତ୍ତିଭୂମି ଏବଂ ଟେକ୍ନୋଲୋଜିର ଅଗ୍ରଗତିକୁ ନେଇ ଆଶାବାଦୀ ରହିଛନ୍ତି ଶ୍ରୀ ମିଶ । ଶ୍ରୀ ମିଶ୍ର ପୁଣି କହିଲେ, ଦେଶର ଅଭିବୃଦ୍ଧି ସହ ଦେଶ ଯେଭଳି ପ୍ରଭାବିତ ନ ହେବ ନୀତିଗତ ଭାବେ ଦୃଢ଼ ପଦକ୍ଷେପ ନେବାକୁ ହେବ । ଅନିଶ୍ଚିତତା ଭରା ବିଶ୍ୱରେ ଆମ ନୀତି ଏବଂ ଅଭ୍ୟାସ ଗୁଡିକର ଏକ ବ୍ୟାପକ
ଢ଼ାଞ୍ଚା ଆବଶ୍ୟକ । କୃଷିରେ ବିବିଧତା ଆଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିଭଳି ପ୍ରଶାସନର ପରିବର୍ତ୍ତିତ ଆବଶ୍ୟକତା ଆଧାରରେ ଏ କ୍ଷେତ୍ରର ନିରନ୍ତର ଆଧୁନିକୀକରଣ ଦିଗରେ ଦେଶ ନିରନ୍ତର ପ୍ରୟାସ କରୁଛି ବୋଲି ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.