ଆର୍ସେଲର ମିତ୍ତଳ ନିପନ ଷ୍ଟିଲ ଇଣ୍ଡିଆ ଫାଟକ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ମାନଙ୍କ ମୌଳିକ ସୁବିଧା ପାଇଁ ବିକ୍ଷୋଭ.

0 63

ପାରାଦୀପ, :-ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ AM/NS କମ୍ପାନୀ ର ମନ ମାନି ବିରୋଧରେ ବିଭିନ୍ନ ଦାବି ନେଇ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କାରଖାନା ର ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ ଓ ପ୍ରତିବାଦ ଦିତୀୟ ଦିନରେ ପହଞ୍ଚିଲା। ମୂଖ୍ୟତଃ ଶ୍ରମିକ ଙ୍କ ଦରମା ବୃଦ୍ଧି, ବେଆଇନ ଛଟେଇ, ଇପିଏଫ୍/ଇଏସ୍ଆଇ, ଡଷ୍ଟ ଆଲାଉନ୍ସ ଓ ଗେଟ୍ ପାସ୍ ଏହିଭଳି ବିଭିନ୍ନ ଦାବି ନେଇ କମ୍ପାନୀ କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କୌଣସି କର୍ଣ୍ଣପାତ କରୁନାହାନ୍ତି। ତେଣୁ ବାଧ୍ୟ ହୋଇ ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ ଶହଶହ ଶ୍ରମିକ ଙ୍କୁ ନେଇ କମ୍ପାନୀ ର ମୂଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରଦିବାଦ ଜଣାଇଲେ ଶ୍ରମିକ। ଯଦି ଖୁବଶୀଘ୍ର କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକ ସଂଘ ସହ ଆଲୋଚନା କରି ଦାବୀ ଗୁଡିକ ପୂରଣ ନକରେ ଯୋରଦାର ଆନ୍ଦୋଳନ ସହ କମ୍ପାନୀ ଫାଟକ ତାଲା ପକାଇ କମ୍ପାନୀ କୁ ସମ୍ପୂର୍ଣ୍ଣ ଅଚଳ କରିଦେବେ ଶ୍ରମିକ ନେତା ଓ ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.