ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ମହୋତ୍ସବ

0 67

ଦାନ, ଧର୍ମ ଓ ଭକ୍ତି ର ମହା ସମାରୋହ ମାନବ ସେବା ହିଁ ମାଧବ ସେବା କୁ ପାଥେୟ କରି ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ଆନୁକୂଲ୍ୟରେ ରେ ସେବା ଧର୍ମୀ ଦ୍ୱିତୀୟ ରାଜ୍ୟ ସ୍ତରୀୟ ସେବା ମହୋତ୍ସବ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୁରୁବୁଡ଼ା ଗୁପ୍ତେଶ୍ୱର ଶିବ ମନ୍ଦିରରେ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି l ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ମା ଭୈରବୀ ଙ୍କୁ ରୀତିନୀତି ରେ ପୂଜାର୍ଚନା କରି ସେବା ରଥ ଶୁଭାରମ୍ଭ ହୋଇଥିଲା l ତତ ପରେ ବୁରୁବୁଡ଼ା ଶୈବ ପୀଠ ସେବା ମହୋତ୍ସବ ପଡିଆ ଓ ପରିସରରେ ସେବା ମହୋତ୍ସବ ର ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠି ,ସମ୍ମାନିତ ଅତିଥିଭାବେ ପୁରୁଣାକଟକ ରେଞ୍ଜ ଅଧିକାରୀ ତଥା ଏ ସି ଏଫ ଜୟନ୍ତ କୁମାର ଦାସ ଉପସ୍ଥିତ ରହି ବୃକ୍ଷ ରୋପଣ କରି ଆନୁଷ୍ଠାନିକ ଭାବେ ରାଜ୍ୟ ସ୍ତରୀୟ ସେବା ମହୋତ୍ସବ କୁ ଶୁଭ ଉଦ୍ଘାଟନ କରିଥିଲେ l ଏହି ସେବା ଧର୍ମୀ ରାଜ୍ୟ ସ୍ତରୀୟ ଦ୍ୱିତୀୟ ସେବା ମହୋତ୍ସବ 7 ଦିନ ଧରି ପ୍ରତି ଦିନ ପର୍ଯ୍ୟାୟ କ୍ରମେ ବୃକ୍ଷ ରୋପଣ, ଗୋ ସେବା, ଅସହାୟ ଦୁଃଖୀ ରଙ୍କି ଙ୍କୁ ବସ୍ତ୍ର ଓ ସେବା କୀଟ ପ୍ରଦାନ, ଜଳ ଓ ପଣା ବଣ୍ଟନ, ମେଗା ସ୍ୱାସ୍ଥ୍ୟ ସେବା ଓ ରୋଗୀଙ୍କୁ ଫଳ ବଣ୍ଟନ, ରକ୍ତଦାନ ଓ ଅଭିଜ୍ଞ ଡାକ୍ତର ଙ୍କ ଦ୍ୱାରା ଚକ୍ଷୁ ଚିକିତ୍ସା ଶିବିର, ଉଦଯାପିତ ଦିବସ ରେ ସାଧୁ ସେବା ଓ ମା ବୁଢ଼ୀବାଉରୀ ଙ୍କ ବିଶାଳ ମଶାଲ ଶୋଭାଯାତ୍ରା ସହିତ ମହାଶିବରାତ୍ରି ରେ ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ପଙ୍କଜ ଜାଲ, ମାନସୀ ପାଣିଗ୍ରାହୀ ଓ ଟିମ ଙ୍କ ଦ୍ୱାରା ଭଜନ ସମାରୋହ ଏବଂ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହେବା ନେଇ କମିଟି ପକ୍ଷରୁ ସୂଚନା ରହିଛି l ଉଦଘାଟନି ଦିବସ ଠାରୁ ଉଦଯାପନୀ ଦିବସ ପର୍ଯ୍ୟନ୍ତ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ର ସମସ୍ତ ସଦସ୍ୟ ଙ୍କ ସମେତ ମନ୍ଦିର ପରିଚାଳନା କମିଟି, ବଜାର ଆସୋସିଏସନ ର ସଦସ୍ୟ ଓ ବ୍ଲକ ବାସି ଙ୍କ ସାହାଯ୍ୟ ସହଯୋଗ ସହଯୋଗ ରହିଛି l

Leave A Reply

Your email address will not be published.