ଭୁବନେଶ୍ୱର, : କେନ୍ଦୁଝରର ଲୋକପର୍ବ ପବିତ୍ର ମକର ସଂକ୍ରାନ୍ତି ପାଳନ ପାଇଁ ସମଗ୍ର ଜିଲ୍ଲା ବେଶ୍ ଚଳଚଞ୍ଚଳ ହୋଇ ପଡ଼ିଥିବା ବେଳେ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଙ୍ଗଳବାର ଠାରୁ ୩ଦିନିଆ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶିତ ସୂଚୀ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମଙ୍ଗଳବାର ପୂର୍ବାହ୍ନ ୮ଟା ୫୫ମି.ରେ ଭୁବନେଶ୍ୱରରୁ ବାହାରି ୯ଟା ୪୦ମି.ରେ ରାଇସୁଆଁସ୍ଥିତ ଏୟାରଷ୍ଟ୍ରିପରେ ଅବତରଣ କରିବା ପରେ ସେଠାରୁ ସିଧା ପାଟଣା
ଗସ୍ତରେ ଯାଇ ପୂର୍ବାହ୍ନ ୧୦ଟା ୪୦ମି.ରେ ପୂଣ୍ୟତୋୟା ବୈତରଣୀ ନଦୀରେ ମକର ବୁଡ ପକାଇବେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ପୂର୍ବାହ୍ନ ୧୧ଟା ୩୦ମି.ରେ ପାଟଣାସ୍ଥିତ ବିଜେପି କାର୍ଯ୍ୟକର୍ତ୍ତା ହରିହର ମହାନ୍ତଙ୍କ ବାସଭବନରେ ପହଞ୍ଚି ମଧ୍ୟାହ୍ନ ୧୨ଟା ୦୫ମି.ରେ କେନ୍ଦୁଝର ଅଭିମୁଖେ ବାହାରି ଅପରାହ୍ନ ୧ଟାରେ କେନ୍ଦୁଝର ସର୍କିଟ ହାଉସଠାରେ ପହଞ୍ଚି ମଧ୍ୟାହ୍ନଭୋଜନ କରିବେ ଏବଂ ସେଠାରେ ବିଶ୍ରାମ ନେବେ । ଏହାପରେ ଅପରାହ୍ନ ୪ଟାରେ ଝୁମ୍ପୁରାରେ ପହଞ୍ଚି ସେତୁ ଉଦ୍ଘାଟନ କରିବେ । ଏହାପରେ ଅପରାହ୍ନ ୪ଟା ୨୫ମି.ରେ ନିଜ ଗ୍ରାମ ରାଇକଳାକୁ ଯାଇ ସନ୍ଧ୍ୟା ୬ଟାରେ ସର୍କିଟହାଉସକୁ ଫେରି ରାତ୍ରିଜାପାନ କରିବେ । ବୁଧବାର ପୂର୍ବାହ୍ନ ୧୧ଟାରେ
ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଆୟୋଜିତ ବର୍ଦ୍ଧିତ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ନ ୪ଟା ୧୫ମି.ରେ ସଡକପଥରେ ବଡବିଲ ଅଭିମୁଖେ ଯାତ୍ରା କରି ସନ୍ଧ୍ୟା ୫ଟା ୨୦ମି.ରେ ବଡବିଲସ୍ଥିତ ଓଏମଡିସି ଅତିଥି ଭବନରେ ପହଞ୍ଚିବା ପରେ ସନ୍ଧ୍ୟା ୫ଟା ୪୦ମି.ରେ ବଡବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନବନିର୍ମିତ ଶାରଳା ମଣ୍ଡପ (ପ୍ରାର୍ଥନା ଗୃହ)କୁ ଉଦ୍ଘାଟନ କରିବେ । ସନ୍ଧ୍ୟା ୬ଟା ୦୫ମି.ରେ ବଡବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ କାର୍ଯ୍ୟକ୍ରମ ରହିଛି । ରାତି ୯ଟାରେ ବଡବିଲରୁ ଫେରି ୧୧ଟା ୧୦ମି.ରେ କେନ୍ଦୁଝରରେ ପହଞ୍ଚି ସର୍କିଟହାଉସରେ ରାତ୍ରିଯାପନ କରିବେ । ଏହାପରେ ପୂର୍ବାହ୍ନ ୯ଟାରେ କେନ୍ଦୁଝରରୁ ବାହାରି ୯ଟା ୪୦ମି.ରେ ଝୁମ୍ପୁରା ବ୍ଲକ ବାଲିବନ୍ଧସ୍ଥିତ ବିଜେପି ନେତା ମହେନ୍ଦ୍ର ପଟ୍ଟନାୟକଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ୧୦ଟା ୪୫ମି.ରେ ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।