ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାରରେ ଦ୍ୱିତୀୟ ପର୍ଯ୍ୟାୟ ଆପାତକାଳୀନ ଅଭ୍ୟାସ

0 60

ପାରାଦୀପ,: ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାରରେ ମଙ୍ଗଳବାର ଦିନ ଏକ ଦ୍ୱିତୀୟ ପର୍ଯ୍ୟାୟ ଅପାତକାଳୀନ ଅଭ୍ୟାସ କୌଶଳ ବା ମକ୍ ଡ୍ରିଲ୍‌ ଆୟୋଜିତ ହୋଇଯାଇଛି । ଯେଉଁଥିରେ ବିଶୋଧନାଗାର ତାହାର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ପ୍ରସ୍ତୁତିର ପ୍ରଭାବ ପରୀକ୍ଷଣ କରିଥିଲା । ଜରୁରୀକାଳୀନ ପରିସ୍ଥିତି ଓ ପ୍ରସ୍ତୁତି ଯୋଜନା ଅନୁଯାୟୀ ଏହି ଡ୍ରିଲ କରାଯାଇଥିଲା । ଏହି ଅଭ୍ୟାସରେ ମ୍ୟୁଚୁଆଲ୍ ଏଡ୍ ସଂସ୍ଥାର ପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ
କରିଥିଲେ । ପାରାଦୀପ ରିଫାଇନରୀର ଏକ ଟ୍ୟାଙ୍କର ପୃଷ୍ଠରେ ବଜ୍ରପାତ ଘଟି ସମ୍ପୂର୍ଣ୍ଣ ଟ୍ୟାଙ୍କ ପୃଷ୍ଠରେ ନିଆଁ ଲାଗିଲେ, ତାହାକୁ ସଫଳତାର ସହିତ କିପରି ମୁକାବିଲା କରାଯିବ ସେହି ବିଷୟବସ୍ତୁ ଉପରେ ମକଡ୍ରିଲ୍‌ଟି ଆଧାରିତ ଥିଲା । ଏଥିରେ ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରୋଟୋକଲ୍ ଅନୁଯାୟୀ ନିଆଯାଇଥିବା ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପଦକ୍ଷେପ ଗୁଡିକ ସଠିକ୍‌ ଭାବରେ ସମନ୍ୱିତ କରାଯାଇଥିଲା ଯାହାକୁ ସମସ୍ତ କର୍ତ୍ତୃପକ୍ଷ ପ୍ରଶଂସା କରିଥିଲେ । ଏହି ଡ୍ରିଲ୍ ପରେ ପାରାଦୀପ ରିଫାଇନରୀର ମୁଖ୍ୟ ମହାପ୍ରବନ୍ଧକ (ଇ ଏସ୍‌, ଇନସ୍ପେକସନ୍‌, ଏମ ଆଣ୍ଡ ସି), ତ୍ରିନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା ।

 

Leave A Reply

Your email address will not be published.