ଅସ୍ଥାୟୀ ମଣ୍ଡପରେ ମା\’ ବୁଢୀ ଠାକୁରାଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

0 156

ବ୍ରହ୍ମପୁର, : ବିଶ୍ୱ ପ୍ରସିଦ୍ଧ ବ୍ରହ୍ମପୁର ମା’ବୁଢ଼ୀ ଠାକୁରାଣୀ ଦ୍ୱିବାର୍ଷିକ ଯାତ୍ରା ଚଳିତ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ସୋମବାର ଶେଷ ହେବ । ଏହି ବିଶ୍ୱ ପ୍ରସିଦ୍ଧ ମା’ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ନିମନ୍ତେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲା, ଆଖପାଖ ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶର ବହୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଆଗମନ ଫଳରେ ଯାତ୍ରା ସ୍ଥାନ ସହିତ ସହରରେ ଉତ୍ସାହ ବୃଦ୍ଧି ପାଇଛି । ଏହି ଅବସରରେ ରବିବାର ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିବା ମା’ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରି ମା’ଙ୍କୁ ପୂଜା ଅର୍ଚ୍ଚନା କରିବା ସହିତ ଆଶୀର୍ବାଦ ଭିକ୍ଷା କରି ଓଡିଶା, ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁରବାସୀଙ୍କ ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବ୍ରହ୍ମପୁର ସାଂସଦ ଡା.ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର, ଆସିକା ବିଧାୟକ ସରୋଜ ପାଢ଼ୀ,ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ, ବ୍ରହ୍ମପୁର ବିଧାୟକ ପ୍ରତିନିଧି ତଥା ଆଇନଜୀବୀ ଅଶୋକ କୁମାର ଶୁକ୍ଳଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ବ୍ରହ୍ମପୁରବାସୀଙ୍କ ମଙ୍ଗଳ କାମନା କରିଥିଲେ । ରବିବାର ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲିକପ୍ଟର ଯୋଗେ ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ପରିସରରେ ଥିବା ପଡ଼ିଆ ଠାରେ ଓହ୍ଲାଇ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ସେଠାରୁ ସିଧାସଳଖ ଆସ୍କା ରୋଡ଼ ଦେଇ ସାନ ବଜାର ଛକ ଦେଇ ମା’ବୁଢ଼ୀ ଠାକୁରାଣୀ ଅସ୍ଥାୟୀ ପୀଠ ଦେଶୀ ବେହେରା ସାହି ଠାରେ ପହଞ୍ଚି ମା’ଦର୍ଶନ କରି ଥିଲେ । ପରେ ମା’ପ୍ରିୟ ବାଘ ବେଶ ପକାଇ ଥିବା ମାନସିକ ଧାରି ଭକ୍ତମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମୁଖରେ ଚାଙ୍ଗୁ ବାଦ୍ୟର ତାଳେ ତାଳେ ବାଘ ନାଚ କରି ପ୍ରଦର୍ଶିନ କରିଥିଲେ । ଏହି ଅବସରରେ ଭାରତୀୟ ଜନତା ପାର୍ଟି ବହୁ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗ୍ରସ୍ତକୁ ସ୍ୱାଗତ କରିଥିଲେ । ସେହିପରି ମା’ବୁଢ଼ୀ ଠାକୁରାଣୀ ଯାତ୍ରା ସୋମବାର ୨୮ ତାରିଖରେ ମା’ବୁଢ଼ୀ ଠାକୁରାଣୀ ବାପ ଘର ଛାଡି ଶାଶୁ ଘର ବା ନିଜ ମନ୍ଦିରକୁ ଫେରିବେ । ପ୍ରତିଦିନ ମା’ବୁଢ଼ୀ ସାଆନ୍ତାଣୀଙ୍କୁ ପାରମ୍ପାରିକ ରିତି ନିତି ଅନୁଯାୟୀ ଭୋର ସକାଳ ସମୟରେ ଦ୍ୱାର ଖୋଲା, ବାଳ ରୋଗ ଲାଗି ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଛଡ଼ା ଯାଇଥିଲା । ଠାକୁରାଣୀ ଯାତ୍ରା ଶେଷ ହେବା ଦିନ ଯେତେ ପାଖେଇ ଆସୁଛି ତାକୁ ନେଇ ମାନସିକ ପୂରଣ ନିମନ୍ତେ ଆଶା କରି ଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କ ପକ୍ଷରୁ ବାଘ ବେଶ, କୃଷ୍ଣ, ବଳରାମ, ରାଧା, ହନୁମାନ, ଦୁର୍ଗା, ଭୂତ ବେଶ ଭଳି ଅନେକ ପ୍ରକାର ବେଶ ପକାଇ ମା’ଦର୍ଶନ କରିବାକୁ ଆସିଥାନ୍ତି ।
ହେଲେ ସେମାନଙ୍କ ସହିତ ହଜାର ହଜାର ଭକ୍ତଙ୍କ ପ୍ରବଳ ଭିଡ଼ ସକାଳ ଠାରୁ ଆରମ୍ଭ ହୋଇ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଭିଡ଼ ଜମିଥିବା ପରିଲକ୍ଷିତ ହୋଇଛି । ସେହିପରି ମାନସିକ ପୂରଣ ନିମନ୍ତେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ବେଶ ପକାଇ ମା’ଦର୍ଶନ କରିନ୍ତି ଏବଂ ସ୍ଥାନୀୟ ପୁରୁଣା ଆମ୍ବ ମାର୍କେଟ,ଏସଏସଭିଟି ସିନେମା ହଲ ପଡିଆ ଠାରେ ମିନା ବଜାରରେ ପରିବାର ପକ୍ଷରୁ ଦୋଳି, ଡଙ୍ଗାରେ ବସି ଏହାର ମଜା ଉଠାଉଛନ୍ତି । ସେହିପରି ବ୍ରହ୍ମପୁର ଖାଦ୍ୟ ସାମଗ୍ରୀ ଅତି ସୁଆଦିଆ ଓ ଏହାର ପ୍ରବଳ ବିକ୍ରି ହେଉଥିବା ବେଳେ ଖାଇବା ଦେକାନ ଆଗରେ ଭିଡ ଜିମି ଯାଉଛି । ସେହିପରି ସହରରେ ବିଭିନ୍ନ ସଙ୍ଗଠନମାନଙ୍କ ପକ୍ଷରୁ ଖାଦ୍ୟ ସାମଗ୍ରୀ ମାଗଣାରେ ବଣ୍ଟନ କରାଯାଉଛି । ଏହି ଖାଦ୍ୟ ସାମଗ୍ରୀ ଗ୍ରହଣ କରିବା ପାଇଁ ଲମ୍ବା ଲାଇନ ଲଗି ଯାଉଛି । ସେହିପରି ମାଁ ବୁଢ଼ୀ ଠାକୁରାଣୀଙ୍କ ଘଟ ଦର୍ଶନ କରି ହେଉ କି ଅସ୍ଥାୟୀ ମନ୍ଦିରରେ ଦର୍ଶନ ରିବାକୁ ଆସି ଦେଶୀ ବେହେରା ସାହିରେ ପ୍ରବଳ ଭିଡ଼ ଜମିଥିବା ପରିଲକ୍ଷିତ ହୋଇଛି । ଏବେ ବେସ ଚଳଚଞ୍ଚଳ ହୋଇ ଉଠିଛି ରେଶମ ସହର ବ୍ରହ୍ମପୁର । ମା’ଙ୍କ ଯାତ୍ରା ଯେତେ ପ୍ରସିଦ୍ଧ ଆଉ ପରମ୍ପରା ମଧ୍ୟ ସେତେ ନିଆରା । ଆଜି ମା’ଘଟ ପରିକ୍ରମା ପ୍ରଥମେ ରାଜ ବାଟି ଠାରେ ମହୁରୀ ରାଜଙ୍କ ପକ୍ଷରୁ ପୂଜା ଅର୍ଚ୍ଚନା କରି ଆଳତୀ ପରେ ରାଜ ବାଟିରୁ ସାହି କୁ ସାହି ପରିକ୍ରମା କରି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ପରେ ଦେଶୀ ବେହେରା ସାହି ଅସ୍ଥାୟୀ ମନ୍ଦିରକୁ ମା’ଫେରିଥାନ୍ତି । ଘଟ ଯାତ୍ରା ବେଳେ ହଜାର ହଜାର ଭକ୍ତଙ୍କ ଗହଣରେ ମା’ଙ୍କ ପାଦ ଧୋଇବାକୁ ହିଳାମାନଙ୍କ ପକ୍ଷରୁ ହଳଦୀ ପାଣି କୁଙ୍କୁମ ଲେପନ କରି ଥିଲେ । ଘଟ ପରିକ୍ରମା ବେଳେ ପ୍ରବଳ ବାଦ୍ୟ ବାଜଣା ଘଣ୍ଟା ଘଣ୍ଟ ମୃଦଙ୍ଗ ତାଳ ଢୋଲ ମହୁରୀ ସହିତ ମୁଖା ନାଚରେ ଅଞ୍ଚଳ ପ୍ରକମ୍ପିତ ହୋଇ ଯାଇଥିଲା । ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଉଦଘାଟନ ହୋଇ ଥିବା ରଥ ଗୁଡ଼ିକୁ ଦେଖିବା ନିମନ୍ତେ ସାହି ସାହିରେ ଆଲୋକ ମାଳା ସୁସଜ୍ଜିତ କରାଯାଇ ଥିବା ବେଳେ ହଜାର
ହଜାର ଭକ୍ତଙ୍କ ପ୍ରବଳ ଭିଡ଼ ଜମି ଏହାର ମଜା ଉଠାଉଛନ୍ତି ।

Leave A Reply

Your email address will not be published.