୨୮ତ୍ତମ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଳନ

0 198

ନୂଆପଡା ୨୭/୧୨ ସ୍ଥାନୀୟ ପୋଲିସ ପଡ଼ିଆରେ ୨୮ତ୍ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଦଳର ଜିଲ୍ଲା ସଭାପତି ମନୋଜମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦିବସ ପାଳନ ଅବସରରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ବର୍ତ୍ତମାନ ର ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ସ୍ଥାନୀୟ ମିନିଷ୍ଟାଡିୟମ ଠାରୁ ସହସ୍ରାଧିକ ମହିଳା ଓ ପୁରୁଷ ଏକ ରାଲିରେ ବାହାରି ନୂଆପଡା ନଗର ପରିକ୍ରମା କରି ପୋଲିସ ପଡ଼ିଆରେ ଆୟୋଜିତ ସଭାସ୍ଥଳୀରେ ପହଞ୍ଚି ଥିଲେ। ସେଠାରେ ଏକ ସାଧାରଣ ସଭାରେ ସମସ୍ତେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ ୨ନମ୍ବର ଜିଲ୍ଳାପରିଷଦ ଅବନୀ ଯୋଶୀ ସମିତି ସଭ୍ୟ ସଭାପତି ନିଲକମଲ ଚନ୍ଦ୍ରକାର ଖରିଆର ରୋଡ ଏନଏସି ଉପାଧକ୍ଷ ନିଶାନ୍ତ ଡାଗା ରାଜେଶ ନିଗମ ପ୍ରମୁଖ ଏହି ସଭାରେ ଉପସ୍ଥିତ ରହି ଆଗକୁ କିପରି ଦଳକୁ ସମୃଦ୍ଧ କରି ୨୦୨୯ରେ ପୁନର୍ବାର ସରକାର ଗଠନ କରିପାରିବେ ସେ ଉପରେ ନିଜର ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.